କଣ ଆପଣ ଙ୍କ ଜଙ୍ଘ ସନ୍ଧିରେ ଘା ହେଇ କୁଣ୍ଡେଇ ହେଉଛି କି ?ଜାଣନ୍ତୁ କିପରି ଏହାକୁ ସବୁଦିନ ପାଇଁ ଦୁରେଇ ପାରିବେ

ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କ ର ପ୍ରାୟତଃ କାଖ ,ଜଙ୍ଘ ସନ୍ଧି ରେ କୁଣ୍ଡେଇ ହେଇ ଲାଲ ପଡିଯାଇଥାଏ ଏବଂ ଏହା ଭାରି କଷ୍ଟ ଦେଇଥାଏ I ସାଧାରଣତଃ ପରୁଷ ମାନଙ୍କର ଅନ୍ତବସ୍ତ୍ର ବା ଜଂଘିଆ ପିନ୍ଧିବା ଦ୍ୱାରା ଦୁଇ ପାର୍ଶରେ ଘା ହେଇଯାଇଥାଏ I ତେବେ କାହିଁକି ଏପରି ହୁଏ ? V ଟାଇପ ର ଜଂଘିଆ ପିନ୍ଧିବା ଦ୍ୱାରା ଦୁଇ ପାର୍ଶରେ ଝାଳ ବାହାରି ଓଦା ହେଇ ଜଂଘିଆ ସୁଖିନଥାଏ ,ଏବଂ ଦୁଇ ପାର୍ଶରେ କୁଣ୍ଡେଇହେଇ କ୍ରମଶଃ ଏହା ଘା ହେଇଥାଏ I

ଆମେ ବାହାରୁ ଯେ କୌଣସି ଫାଷ୍ଟ ଫୁଡ ଖାଇଥାଉ ,ଫାଷ୍ଟ ଫୁଡ ସହିତ ପରିବା ଏବଂ ସମସ୍ତ ପ୍ରକାର ଖାଦ୍ୟରେ ଆଜିକାଲି ଭେଜାଲ ଯୋଗୁଁ ରାସାୟନିକ ପଦାର୍ଥ ଆମ ଶରୀର କୁ ପ୍ରବେଶ କରିଥାଏ I ଏହି ରାସାୟନିକ ପଦାର୍ଥ ଶରୀର ର ଯେଉଁ ସ୍ଥାନରେ ଝାଳ ବାହାରିଥାଏ ସେହି ବାଟ ଦେଇ ବାହାରକୁ ବାହାରିବା ପାଇଁ ଉଦ୍ୟମ କରିଥାଏ I ଏବଂ ଯଦି ଝାଳ ସୁଖିନଥାଏ ତେବେ ଏହା କୁଣ୍ଡାଇ ହେଇଥାଏ ଏବଂ ଆମକୁ କୁଣ୍ଡାଇବାକୁ ଭଲ ଲାଗିଥାଏ ଫଳରେ ଏହା ଅଧିକ ହେବାସହିତ ଅତି ସହଜରେ ଘା ହେଇଥାଏ I

ତେବେ ଯଦି ଶରୀର ରେ ଏପରି ହୁଏ ନିୟମିତ ଡେଟଲ ରେ ସେହି ସ୍ଥାନ କୁ ସଫା କରିଦିଅନ୍ତୁ ଏବଂ କିଛିଦିନ ପାଇଁ V ଟାଇପ ର ଜଂଘିଆ ପିନ୍ଧନ୍ତୁ ନାହିଁ I ଏହାସହିତ ଚାଲନ୍ତୁ ଜାଣିବା କିପରି ଏହାକୁ ସବୁଦିନ ପାଇଁ ଦୁରେଇ ଦେଇ ହେବ Iପ୍ରଥମେ ଦୁଇ ଗ୍ଲାସ ପାଣି ,ଏକ ଛୋଟ ଖଣ୍ଡ ଡାଳଚିନି ,ଅଦା ଏକ ଖଣ୍ଡ ,3/4ଟି ତୁଳସୀ ପତ୍ର ,ମହୁ ଏକ ଚାମଚ ,ଏକଫାଳ ଲେମ୍ବୁ ନିଅନ୍ତୁ I

ପ୍ରସ୍ତୁତି :ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ,ସେଥିରେ ଅଦାକୁ ଛେଚୀ ପକାଇଦିଅନ୍ତୁ ତୁଳସୀ ପତ୍ରକୁ ମଧ୍ୟ ପକାଇ ଦିଅନ୍ତୁ , ଏବଂ ଏହାକୁ ଭଲଭାବରେ ଗରମ କରିଦିଅନ୍ତୁ ,ପାଣି ଗରମ ହେଇଗଲେ ସେଥିରେ ଡାଲଚିନି ର ଛୋଟ ଖଣ୍ଡ ପକାଇ ପାଣିକୁ ଫୁଟାଇ ଦିଅନ୍ତୁ I ଦୁଇ ଗ୍ଲାସ ପାଣି ଯେତେବେଳେ ଏକ ଗ୍ଲାସ ହେଇଯିବ ଏହାକୁ ବାହାରକୁ ନେଇ ଆସନ୍ତୁ ଏବଂ ଥଣ୍ଡା ହେଲା ପରେ ଏହାକୁ ଛାଣି ସେଥିରେ ଲେମ୍ବୁ ରସ ଏକ ଚାମଚ ଏବଂ ମହୁ ଏକ ଚାମଚ ମିଶାଇ

ପିଇବା ଦ୍ୱାରା ଶରୀର ରୁ ସମସ୍ତ ପ୍ରକାର ବିଷାକ୍ତ ଏକା ସାଙ୍ଗରେ ବାହାରିଯାଇଥାଏ I ସପ୍ତାହକୁ ଏପରି ଦୁଇଥର ପିଇବାଦ୍ୱାରା କେଭେଁବି ଆପଣ ଙ୍କ ଠାରେ ଏହି ସମସ୍ୟା ଦେଖା ହେବନି I

Leave a Reply

Your email address will not be published. Required fields are marked *