ଗୋରା ହେବା ପାଇଁ ଆପଣା ନ୍ତୁ ଏହି ସବୁ ଉପାୟ

ଚେହେରା ଗୋରା କରିବାକୁ ସମସ୍ତେ ଚାହାନ୍ତି।ବହୁତ୍ ଲୋକଙ୍କ ଚେହେରା ଜନ୍ମରୁ ହିଁ ଗୋରା ହୋଇଥାଏ।ଆଉ ବହୁତ୍ ଜଣଙ୍କ ଚେହେରା କଳା ମଧ୍ୟ ହୋଇଥାଏ।

ଯାହା ଦ୍ବାରା ଏହା ସେମାନଙ୍କ ବ୍ୟକ୍ତିତ୍ଵ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।କିନ୍ତୁ ଆଜିକାଲି ଏମିତି ସୁନ୍ଦର୍ ହେବା ବହୁତ୍ କଷ୍ଟ ସାଧ୍ୟ ହୋଇପଡ଼େ।ଲୋକମାନେ ନିଜ ଚେହେରାକୁ ଗୋରା କରିବା ପାଇଁ କଣ ନାହିଁ କଣ କରୁଛନ୍ତି।

ଏହା ପରେ ବି ଯଦି ଆପଣଙ୍କ ଶରୀର ସୁନ୍ଦର୍ ଦେଖାଯାଉନାହିଁ ତେବେ କିଛି କଥା ନାହିଁ କରନ୍ତୁ ଏହି କେତୋଟି ଉପାୟ।

୧.ଥଣ୍ଡା ପାଣିର ବ୍ୟବହାର କରନ୍ତୁ।ଥଣ୍ଡା ପାଇଁ ଆମ ତ୍ୱଚା ପାଇଁ ବହୁତ୍ ଲାଭଦାୟକ ଅଟେ।

ଏହାର ବ୍ୟବହାର ଦ୍ବାରା ଆପଣଙ୍କ ତ୍ବଚ଼ା ର ଧୂଳି ମଳି,ତେଲିଆ ଅଂଶ ଶୀଘ୍ର ହଟିଯାଇ ଆପଣଙ୍କୁ ଦିନ ସାରା ତାଜା ପଣ ଅନୁଭୂତ ହୁଏ।ଆପଣ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଆପଣଙ୍କ ଚେହେରା କୁ ଥଣ୍ଡା ପାଣିରେ ଧୁଅନ୍ତୁ।

୨. ଆଲୋଭେରା ଯୁସ୍ ଏହାର ବ୍ୟବହାର ଆମ ତ୍ଵଚା ପାଇଁ ବହୁତ୍ ଆଗରୁ କରାଯାଉଛି।

ଏହା ଆମ ସ୍କିନ୍ ପାଇଁ ବହୁତ୍ ଭଲ ହୋଇଥାଏ।ଏହା ଆମ ସ୍କିନ୍ କୁ ଚମକ୍ ଦାର୍ କରିବା ସହ ଆମ ସ୍ଵାସ୍ଥ୍ୟ କୁ ମଧ୍ୟ ଭଲ ରଖିଥାଏ ।ଆପଣ ଯଦି ନିଜ ତ୍ଵଚା ର ଗ୍ଲୋ ଆଣିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଏହି ଜୁସ ସେବନ କରନ୍ତୁ।ଏହା ଦ୍ବାରା ଆପଣଙ୍କ ଚେହେରାରେ ବ୍ରଣ ଆସି ନ ଥାଏ।ଏବଂ ଆପଣଙ୍କ ଚେହେରାରେ ଗ୍ଲୋ ମଧ୍ୟ ଆସିଥାଏ।

୩.ଅଧିକରୁ ଅଧିକ ପାଣି ପିଅନ୍ତୁ।ଆପଣ ପାଣି ଯେତେ ପିଇବେ ସେତିକି ହିଁ ସୁସ୍ଥ ରହିବେ।ପାଣି ଅଧିକ ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭ ଦାୟକ ଅଟେ

କେବଳ ଏତିକି ନୁହେଁ ଏହା ଆମ ତ୍ଵଚା ପାଇଁ ବହୁତ୍ ଲାଭଦାୟକ ଅଟେ।ଏହା ଆମ ସ୍କିନ କୁ ସଫା କରିଥାଏ ଏବଂ ପେଟର ସମସ୍ତ ଖରାପ୍ ପଦାର୍ଥ ବାହାରକୁ ବାହାର କରି ଦେଇଥାଏ।

Leave a Reply

Your email address will not be published. Required fields are marked *