ଝିଅ ସହିତ ନିର୍ବନ୍ଧ ହେଇଥିବା ଜ୍ୱାଇଁ ପ୍ରେମରେ ପଡିଗଲେ ଶାଶୁ ,ଝିଅ କୁ ବାହା ଦେବା ବଦଳରେ ନିଜେ ଜ୍ୱାଇଁ ସହିତ ଫେରାର

କୁହାଯାଏ ପ୍ରେମ ଅନ୍ଧ କେତେବେଳେ କାହା ସହିତ କେମିତି ହେଇଯାଏ ତାହା କହିହେବନି I ତେବେ ପରିଣତ ବୟସରେ ଯେ ନିଜ ଝିଅକୁ ବିବାହ କରିବାକୁ ଠିକ ହେଇଥିବା ଜ୍ୱାଇଁ ସହିତ ଶାଶୁର ପ୍ରେମ ହେଇଯିବ ଏବଂ ଝିଅ ବାହାଘର ବଦଳରେ ମା ନିଜ ଜ୍ୱାଇଁ ସହିତ ଘର ଛାଡି ପଳେଇବ ତାହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ I ଏହା ମଧ୍ୟପ୍ରଦେଶ ର ଅଟେ I ମିଳିଥିବା ଖବର ଅନୁଯାଇ ମହାରାଜ ପୁର ମହୁ ଯମାର ଗାଁ ର ରୂପ ସିଂ(24) ଙ୍କ ସହିତ ରୀନା (20)ଙ୍କ ନିର୍ବନ୍ଧ ସରିଥିଲା ଏବଂ ଦୀପାବଳି ପରେ ଦୁହିଁଙ୍କର ବିବାହ ସ୍ଥିର ହେଇଥିଲା

I ନିର୍ବନ୍ଧ ପରେ ଜ୍ୱାଇଁ ରୂପ ସିଂ ରୀନା ଙ୍କୁ ଫୋନ କରିଥିଲେ କିନ୍ତୁ ରୀନା ଙ୍କ ପାଖରେ ଫୋନ ନଥିବାରୁ ସେ ତାଙ୍କ ମା ଆଶା (40)ଙ୍କୁ ଫୋନ କରିଥିଲେ I ସମ୍ପର୍କ ରେ ଆଶା ରୂପ ଙ୍କ ଶାଶୁ ହେବେ I ସବୁଦିନ ରୂପ ସିଂ ରୀନା ସହିତ କଥା ହେବା ପୂର୍ବରୁ ଶାଶୁ ସହିତ ପ୍ରଥମେ କଥା ହେଉଥିଲେ କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେଇଗଲା I

40 ବର୍ଷୀୟ ଶାଶୁ ଆଶା ଭାବି ଜ୍ୱାଇଁ ରୂପ ସିଂ ଙ୍କ ପ୍ରେମ ରେ ପଡିଗଲେ I ଝିଅକୁ ବାହା ଦେବା ବଦଳରେ 25ଅଗଷ୍ଟ ରେ ଦୁହେଁ ଘର ଛାଡି ପଳେଇଲେ I ନିଜର ସ୍ବପ୍ନ କୁ ବାସ୍ତବ ରୂପ ଦେବା ପାଇଁ I ପରିବାର ଲୋକେ ଉଭୟ ଙ୍କୁ ବହୁତ ଖୋଜିଲେ କିନ୍ତୁ ପାଇନଥିଲେ I ଶେଷରେ ସେପ୍ଟେମ୍ବର 26ତାରିଖ ବୁଧବାର ରୂପ ସିଂ ଙ୍କ ଗ୍ରାମ ମହରାଜପୁର ନିକଟରେ ରାତି ୮.୩୦ ପାଖାପାଖି ଟ୍ରେନ ନିକଟରେ ଦୁହିଁଙ୍କ ଶବ ଦେଖିବାକୁ ମିଳିଥିଲା ।

ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି କିନ୍ତୁ ଏନେଇ କୌଣସି ତଥ୍ୟ ଜଣାପଡ଼ିନି I ଏବେବି ରହସ୍ୟର ଦୁହିଁଙ୍କ ମୃତ୍ୟୁର କାରଣ ରହିଯାଇଛି I ଦୁହେଁ ଟ୍ରେନ ଲାଇନ କୁ ଡେଇଁ ଆତ୍ମହତ୍ୟା କଲେ ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଲା ତାହା ଅନେକ ଙ୍କ ମଧ୍ୟରେ ପ୍ରଶ୍ନ ହେଇ ରହିଯାଇଛି I

Leave a Reply

Your email address will not be published. Required fields are marked *