ଢେଙ୍କାନାଳ ରେ ହେଇଯାଉ ଚା ଖଟିରେ ଲୋକାରଣ୍ୟ I ସାମିଲ ହେଲେ ନବୀନ ନନ୍ଦ

ହେଲିକପ୍ଟର ଜବତ କରି ରୋକିପାରିଲେନି ବୈଜୟନ୍ତ ଙ୍କୁ
ବୈଜୟନ୍ତ ଙ୍କ ପ୍ରତି ବଢୁଛି ଜନ ସମର୍ଥନ
କେନ୍ଦ୍ରାପଡା ର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଇଯାଉ ଚା ଖଟିର ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା ,ତେବେ କିଛିଦିନ ତଳେ ବେଆଇନ ଭାବେ ବୈଜୟନ୍ତ ଙ୍କ ହେଲିକପ୍ଟର କୁ ଜବତ କରାଯିବା ପରେ ଏହି ଚା ଖଟି କୁ ଏକ ରକମ ରୋକ ଲଗାଇ ପାରିଥିବା ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ଗତକାଲି ଏକ ଶକ୍ତ ଧକା ଲାଗିଥିଲା ବୈଜୟନ୍ତ ଙ୍କ ଢେଙ୍କାନାଳ ରେ ହେଇଯାଉ ଚା ଖଟି ଆୟୋଜନ ରେ I ତେବେ ଢେଙ୍କାନାଳ ର ଗଣେଶ ବଜାର ଲୋକାରଣ୍ୟରେ ଭରିଯାଇଥିଲା I

ନା ବୈଜୟନ୍ତ ଙ୍କ ପାଖରେ ଥିଲା ହେଲିକପ୍ଟର ନା ପାଇଲଟ ତଥାପି ହଜାର ହଜାର ଲୋକ ତାଙ୍କ ସହିତ ମିଶିବାକୁ ଗହଳି ଲଗାଇଥିଲେ I ଏହି ଗହଳି ରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ତାଙ୍କ ପୁତ୍ର ତଥା ଯୁବ ନେତା ସମ୍ବିତ ନନ୍ଦ ମଧ୍ୟ ସାମିଲ ହେଇଥିଲେ I

ତେବେ ବୈଜୟନ୍ତ ଙ୍କ ଏହି ଚା ଖଟି ର ଗହଳି କୁ ଦେଖିଲେ ଲାଗୁଥିଲା ସତେ ଯେପରି ଜନସାଧାରଣ ବୈଜୟନ୍ତ ଙ୍କ ପ୍ରତି ହେଉଥିବା ଅବିଚାର ର ଲଢେଇ ପାଇଁ ଆଗକୁ ଆସି ଅଣ୍ଟା ଭିଡି ସଯ ବାଜ ହେବାକୁ ଲାଗିଲେଣି I

ସୂଚନା ଥାଉ କି 30 ସେପ୍ଟେମ୍ବର 2018 ରେ ସନ୍ଧ୍ୟା 5ଘଟିକା ସମୟରେ ଢେଙ୍କାନାଳ ଗଣେଶ ବଜାର ର ପରଶୁ ଚା’ ଦୋକାନରେ ହେଇଯାଉ ଚା’ ଖଟି ଆୟୋଜନ ହେଇଥିଲା I

Leave a Reply

Your email address will not be published. Required fields are marked *