ଦାମ ଙ୍କୁ ପାନେ ଦେବାକୁ ଯାଇ ନିଜେ ହଟହଟା ,ପଦାରେ ପଡିଲା ଜଗତସିଂହପୁର ବିଜେଡି କନ୍ଦଳ

ବିଷ୍ଣୁ ରାଜଶ୍ରୀ ସମର୍ଥକ ମଧ୍ୟରେ ଧସ୍ତାଧସ୍ତି ,ଗୋଟିଏ ଜାଗାରେ ଦୁଇଟି ବୈଠକ:- ବିଜେଡି ରୁ ଦାମ ରାଉତ ଙ୍କୁ ବହିଷ୍କାର ପରେ ଜଗତସିଂହପୁର ରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଗତକାଲି କୁଜଙ୍ଗ ଠାରେ ବିଜେଡି ପକ୍ଷରୁ ଏକ ବିରାଟ ସଭା ର ଆୟୋଜନ କରାଯାଇଥିଲା i ଯେଉଁଥିରେ ରାଜ୍ୟର ବିଭିର୍ଣ୍ଣ ଅଂଚଳରୁ ପାଖାପାଖି 10000 ମହିଳାଙ୍କୁ ଏକତ୍ରିତ କରାଯାଇଥିଲା I କିନ୍ତୁ ଗତକାଲି ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା ,ଦାମ ଙ୍କୁ ଟାର୍ଗେଟ କରି ପାନେ ଦେବା ପାଇଁ ଯୋଜନା କରିଥିବା ବିଜେଡି ଦଳର ଦଳୀୟ କନ୍ଦଳ ବାହାରେ ପଡିଥିଲା I ସାମ୍ନା ସାମନି ହେଇଥିଲେ ବିଷ୍ଣୁ ଦାସ ଏବଂ ରାଜଶ୍ରୀ ଙ୍କ ସମର୍ଥକ I ଦୁଇ ସମର୍ଥକ ଗୋଷ୍ଠୀ

ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହେଇଥିଲା I ବିଧାୟିକା ରାଜଶ୍ରୀ ଙ୍କ ବିରୁଦ୍ଧରେ ବିଷ୍ଣୁ ଙ୍କ ସମର୍ଥକ ମାନେ ନାରାବାଜି ଦେଇ ହୋ ହାଲ୍ଲା କରିବା ସହିତ ବିଜେଡି ବୈଠକ ଠାରୁ 50କିଲୋମିଟର ଦୂରରେ ନିଜର ଅନ୍ୟ ଏକ ବୈଠକ କରିଥିଲେ ବିଷ୍ଣୁ ଙ୍କ ସମର୍ଥକ ମାନେ I ଗତକାଲି କୁଜଙ୍ଗ ବୈଠକ ରେ ବିଜେଡି ପକ୍ଷରୁ ବଳିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ବିଧାୟକ ପ୍ରଶାନ୍ତ ମୁଦୁଲି, ପ୍ରମିଳା ମଲ୍ଲିକ, ଏବଂ ବିଧାୟିକା ରାଜଶ୍ରୀ ମଲ୍ଲିକଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *