ସୌମ୍ୟ ଜଣେ ବଡ ବେପାରୀ ,ବିଜେଡି ରେ ରହି କଂଗ୍ରେସ କୁ ସମର୍ଥନ ଦେଉଛନ୍ତି

ସୌମ୍ୟ ଙ୍କୁ ବିଜେଡି ରେ କିଏ କହିବାକୁ ଅଧିକାର ଦେଲା ??-ବଦ୍ରି ପାତ୍ର
ପୋଲିସ କାର୍ଯ୍ୟାଳୟ ଏବଂ ଗଣ୍ଡଗୋଳ ରେ ଲିପ୍ତ ଥିବା ମନ୍ତ୍ରୀ ପାତ୍ର ଙ୍କ ପୁଅ ଗିରଫ ହେବା ନେଇ
ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମତାମତ ରଖିଥିଲେ କି ମନ୍ତ୍ରୀ ଙ୍କ ପୁଅ ଙ୍କୁ ବହୁ ଆଗରୁ ଗିରଫ କରାଯିବା କଥା ଯେଉଁ ନେତା ମାନଙ୍କ ସମ୍ପର୍କୀୟ ଏହିଭଳି ଅପରାଧ ରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ I ମନ୍ତ୍ରୀ ବଦ୍ରି ପାତ୍ର ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆତ୍ମସମିକ୍ଷା କରିବା ଆବଶ୍ୟକ I

ତେବେ ମନ୍ତ୍ରୀ ଙ୍କ ବିରୁଦ୍ଧରେ ସୌମ୍ୟ ଙ୍କ ଏପରି ଶାଣିତ କଟାକ୍ଷ କୁ ପ୍ରତିଜଵାବ ଦେଇଛନ୍ତି ବଦ୍ରି ପାତ୍ର I ସିଧାସଳଖ ସୌମ୍ୟ ଙ୍କୁ ଜଣେ ବେପାରୀ କହିବା ସହିତ , ବିଜେଡି ରେ ରହି କଂଗ୍ରେସ କୁ ସମର୍ଥନ କରୁଥିବାର ଅଭିଯୋଗ ଆଣିଛନ୍ତି ତାଙ୍କ ନାମରେ I କଂଗ୍ରେସ କୁ ସମର୍ଥନ କରିବା ବନ୍ଦ କରି ରାଜତନ୍ତ୍ର ର ନିୟମ ପାଳନ କରନ୍ତୁ ,ତାହା ଛାଡ ବିଜେଡି ତରଫରୁ ସୌମ୍ୟବାବୁ ଙ୍କୁ କିଏ କହିବାର ଅଧିକାର ଦେଲା ସେ ଜାଣିନାହାନ୍ତି ଏବଂ କାହା ଅଧିକାର ରେ ସେଇ କହୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ପଛାରୀଛନ୍ତି I କେବଳ ସୌମ୍ୟ ବାବୁ ଙ୍କ ପାଇଁ କଂଗ୍ରେସ ସବୁ ଜାଗାରେ ହାରିଛି ବୋଲି ବଦ୍ରି କହିଛନ୍ତି I

Leave a Reply

Your email address will not be published. Required fields are marked *