ନ୍ୟାୟ ପାଇଁ  ଧାରଣା ରେ ବସିଲେ ସାମ୍ବାଦିକ,ଅନ୍ୟାୟ ବିରୁଦ୍ଧରେ ଲଢ଼ୁଥିବା ସାମ୍ବାଦିକ ଙ୍କୁ  କିଏ ଦେବ ନ୍ୟାୟ ? 

ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ର ସାମ୍ବାଦିକ ମାନେ ଏବେ ବିପଦରେ I କାଁ ଭାଁ ଘଟଣା ନୁହେଁ ରାଜ୍ୟର ଅଧିକାଂଶ ଅଂଚଳ ରେ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି I ଯେଉଁଠି ବି ସାମ୍ବାଦିକ ମାନେ ନିରାଟ ସତ୍ୟର ଖୁଲଷା କରିବାକୁ ଚେଷ୍ଟା କରୁଛନ୍ତି ସେଠି ତାଙ୍କୁ ଚୁପ କରାଇଦେବାକୁ ମାଡ ମରାଯାଇ ଲହୁଲୁହାଣ କରାଯାଉଛି I ଗତ କିଛିଦିନ ତଳେ ବାଲିଆପାଳ ରେ ଜଣେ ସାମ୍ବାଦିକ ଙ୍କୁ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ସୋର ରେ ବିଜେଡି ବିଧାୟକ ପର୍ଶୁରାମ ଙ୍କ ମାଡ଼ରେ ଦୁଇଜଣ ସାମ୍ବାଦିକ ଗୁରୁତର ଆହତ ହେଇ ଆଇସିୟୁ ରେ ଚିକିସ୍ତିତ ହେଉଛନ୍ତି I ଅନ୍ୟପଟେ ପୁରୀରେ ଏକ ପେଟ୍ରୋଲ ପମ୍ପ ର ଠକେଇ ରେ ଅତିଷ୍ଠ ହେଇ ଜନସାଧାରଣ ଭଙ୍ଗାରୁଜା କରୁଥିବା ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନଙ୍କୁ ଖୋଦ ପୋଲିସ ଅଧିକାରୀ ମାନେ ଗୋଡେଇ ଗୋଡେଇ ନିର୍ଘାତ ପିଟିଥିଲେ I

ତେବେ ଅତ୍ୟନ୍ତ ବିଡମ୍ବନା ର ବିଷୟ ଏ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରଫ କରାଯାଇନି I ବାହୁବଳୀ ବିଧାୟକ ପର୍ଶୁରାମ ଏବଂ ପୁରୀ ପୋଲିସ ଙ୍କୁ ଲାଠିଚାଳନା ନିର୍ଦେଶ ଦେଇଥିବା ଅଧିକାରୀ ଏ ପର୍ଯ୍ୟନ୍ତ ଖୁଲମଖୁଲା ବୁଲୁଛନ୍ତି I ତେବେ ଅନ୍ୟ ମାନଙ୍କୁ ନ୍ୟାୟ ଦେଉଥିବା ସାମ୍ବାଦିକ କେବେ ପାଇବେ ନ୍ୟାୟ ??ଶେଷରେ ବାଧ୍ୟ ହେଇ ସାମ୍ବାଦିକ ମାନଙ୍କ ତରଫରୁ ଏହାକୁ ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କରାଯିବା ପରେ ଆଜି ସାମ୍ବାଦିକ ସଙ୍ଘ ଏବଂ ଅଧିକାଂଶ ସାମ୍ବାଦିକ ଏହି ଆନ୍ଦୋଳନ ରେ ସାମିଲ ହେଇଥିଲେ I ଗାନ୍ଧୀ ଜୟନ୍ତୀରେ ସାମ୍ବାଦିକ ମାନେ ଧାରଣା ରେ ବସିବା ସହିତ ସମସ୍ତ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି I

ତେବେ ଅନ୍ୟ ସାମାନ୍ୟ କଥା କୁ ନେଇକି ଚିଲାଉଥିବା ଗଣମାଧ୍ୟମ ମାନେ ଏପରି ଏକ ସ୍ପର୍ଶକାତର ଘଟଣା ରେ ଚୁପ କାହିଁକି I

କାହିଁକି ସାମ୍ବାଦିକ ହେଉଛନ୍ତି ଆକ୍ରମଣ ର ଶିକାର , ଏଥିପାଇଁ ଦାୟୀ କିଏ ?? ତେବେ ଯଦି ଅତୀତ କୁ ଦେଖାଯାଏ ନକ୍ଷତ୍ର ନିଉଜ ର ସାମ୍ବାଦିକ ମାନଙ୍କୁ ଏକ ଶିକ୍ଷାନୁଷ୍ଠାନ ମାଡ ମାରିବା ,ଓଟିଭି ର ଜଣେ ସାମ୍ବାଦିକ ଙ୍କୁ କୀଟ କ୍ୟାମ୍ପସ ରେ ପୋଲିସ ଉପସ୍ତିତିରେ ଆକ୍ରମଣ କରିବା ଏହିପରି ଅନେକ ଘଟଣା ରହିଛି ଯେଉଁଥିରେ କି ସାମ୍ବାଦିକ ମାନଙ୍କୁ ମାଡ ମରାଯାଇଥିଲେ ମଧ୍ୟ କେବଳ ସେହି ଚାନେଲ ବ୍ୟତୀତ ଅନ୍ୟ ଗଣମାଧ୍ୟମ ଗୁଡିକ ନିଜ ଚାନେଲ ରେ ଏହାକୁ ପ୍ରସାରଣ କରିବାକୁ ଉଚିତ ମନେକରନ୍ତି ନାହିଁ I ତେଣୁ ପ୍ରକାରାନ୍ତରେ ସମସ୍ତଙ୍କ ମନରେ ଏକ ଭ୍ରମାତ୍ମକ ଧାରଣା ସୃଷ୍ଟି ହେବାରେ ଲାଗିଛି ଯେ ସାମ୍ବାଦିକ ମାନଙ୍କର ଏକତା ନାହିଁ I ଏଣୁ ଏହା ଆକ୍ରମଣ କାରୀଙ୍କୁ ଅଧିକ ପ୍ରୋତ୍ସାହିତ କରୁଛି ଆକ୍ରମଣ କରିବାକୁ I ଏହା ଛଡା ଅଧିକାଂଶ ଚାନେଲ ର ମାଲିକ ଏବଂ ବରିଷ୍ଠ ସାମ୍ବାଦିକ ମାନେ ସାଶକ ତଥା ବିଜେଡି ଦଳର ନେତା ବା କୌଣସି ପଦ ପଦବୀର ଆଶାରେ ଲାଳାୟିତ ଫଳରେ ସେମାନେ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଥିବା ବେଳେ ଜୁନିଅର ସାମ୍ବାଦିକ ର ସତ ଘଟଣାର ପର୍ଦାଫାଶ କରିବାର ଉଦ୍ୟମ ହିଁ ତାକୁ ମାଡ ଖାଇବାକୁ ବାଧ୍ୟ କରିଥାଏ I

ତେବେ ସତରେ କଣ ଏମାନେ ନ୍ୟାୟ ପାଇବେ ? ବାହୁବଳୀ ବିଧାୟକ ପର୍ଶୁରାମ ଗିରଫ ହେବେ ନା ପୁରୀ ରେ ସାମ୍ବାଦିକ ଙ୍କୁ ମାଡ ମାରିବା ରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ?? ଯେଉଁଠି ଅଧିକାଂଶ ଗଣମାଧ୍ୟମ ର ମାଲିକ ମାନେ ସାଶକ ଦଳର ସମର୍ଥନ ପ୍ରଚାରରେ ଲିପ୍ତ ଏବଂ ନିଜ ସ୍ୱାର୍ଥ ପାଇଁ ଗୋଲାମ ଗିରି କରନ୍ତି ସାଶକ ଦଳ ପାଖରେ ,ସେଠି ସାମ୍ବାଦିକ ମାନଙ୍କ ନ୍ୟାୟ କଥା କିଏ ପଚାରୁଛି ??

Leave a Reply

Your email address will not be published. Required fields are marked *