କଣ ଆପଣ କମ୍ପୁଟର ବା ଲାପଟପ ଅଧିକ ସମୟ ବ୍ୟବହାର କରୁଛନ୍ତି ,ଏହି ସବୁ ଉପାୟ ନିହାତି ଅବଲମ୍ବନ କରନ୍ତୁ

I ତେବେ କଣ ଆପଣ ଜାଣିଛନ୍ତି କି ଲାପଟପ ବା କମ୍ପୁଟର ରେ ଅଧିକାଂଶ ସମୟ ପର୍ଯ୍ୟନ୍ତ କାମ କରିବା ଆମ ଶରୀର ପାଇଁ କେତେ କ୍ଷତି ଆଣିଥାଏ I ଏହା ଆଖି ର ଦୃଷ୍ଟି ଶକ୍ତି କମାଇଥାଏ ,ପିଠି ଯନ୍ତ୍ରଣା ହେଇଥାଏ ଗୋଟିଏ ସ୍ଥାନରେ ବହୁତ ସମୟ ପର୍ଯ୍ୟନ୍ତ ବସିବା ଦ୍ୱାରା ମତିଷ୍କ ଉପରେ ପ୍ରଭାବ ପକାଇବା ସହିତ ଗୋଡ ହାତ ଯନ୍ତ୍ରଣା ହେଇଥାଏ I ଆଖି ପତା କଳା ପଡିଥାଏ I ତେବେ ଚାଲନ୍ତୁ ଜାଣିବା ଯଦି ଆପଣ ଅଧିକାଂଶ ସମୟ କମ୍ପୁଟର ରେ କାମ କରୁଛନ୍ତି ତେବେ ଆପଣଙ୍କୁ କଣ କରିବାକୁ ପଡିବ I 1) କମ୍ପୁଟର ସ୍କ୍ରିନ ଠାରୁ ନିଜକୁ ଅତି କମରେ ଦେଢ଼ ଫୁଟ ଦୂରତା ରେ ରଖି କାମ କରନ୍ତୁ I 2)ପ୍ରତି 30ମିନିଟ ରେ 5ମିନିଟ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ I ପାଖରେ ଥିବା ସବୁଜ ଗଛ କିମ୍ବା ପ୍ରାକୃତିକ ପରିବେଶ ରେ ଏହି ପାଞ୍ଚ ମିନିଟ ବିତେଇବାକୁ ଚେଷ୍ଟା କରନ୍ତୁ I

3)ଯଦି ବେକ କିମ୍ବା ଆଖି ରେ ଯନ୍ତ୍ରଣା ହୁଏ ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ଯୋଗାଯୋଗ କରନ୍ତୁ I 4) ସ୍କ୍ରିନ ର ଉଜ୍ୱଳତା ଆବଶ୍ୟକତା ଠାରୁ ଅଧିକ ଦେବା ଉଚିତ ନୁହେଁ I 5)ନିଜକୁ ଆରମ ଲାଗୁଥିବା ଚୌକି ରେ ବସନ୍ତୁ I

5) ଯଦି ଆଖି ଲାଲ ପଡ଼ିଯାଏ ତେବେ ତୁରନ୍ତ କାମ ବନ୍ଦ କରି ବିଶ୍ରାମ ନେବା ଉଚିତ I 6)ପ୍ରତି 2/3 ଘଣ୍ଟାରେ ଅନ୍ତତ ଥରେ ଭଲ ଭାବରେ ମୁଁହକୁ ଧୋଇ ଦିଅନ୍ତୁ 7) ଯଦି ରାତ୍ରି ସମୟରେ କମ୍ପୁଟର ରେ କାମ କରୁଛନ୍ତି ତେବେ ଅତି କମରେ 2/3ଲିଟର ଯାଏଁ ପାଣି ପିଅନ୍ତୁ I

Leave a Reply

Your email address will not be published. Required fields are marked *