ଅରବିନ୍ଦ ଥିଲେ ଏପରି ଅବସ୍ଥା ହେଇନଥାନ୍ତା, ଅଶାନ୍ତ ପରେ ପୁରୀ ବାସି ମନେପକାଇଲେ ପୂର୍ବତନ ଜିଲ୍ଲାପାଳ ଙ୍କୁ

ଶ୍ରୀମନ୍ଦିର ରେ ଜଗନ୍ନାଥ ଙ୍କୁ ଧାଡି ଦର୍ଶନ ନେଇ ଭକ୍ତ ମାନେ ଅସନ୍ତୋଷ ହେଇଥିବା ବେଳେ ଜଗନ୍ନାଥ ସେନା ପୁରୀ ବନ୍ଦ ର ଡାକରା ଦେଇଥିଲା ତେବେ ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବାକୁ ଶ୍ରୀ ଜଗନ୍ନାଥ ସେନାର ଆବାହକ ପିକୁ ପଟନାୟକ ଙ୍କୁ ପୋଲିସ ସକାଳୁ ଘରୁ ଉଠାଇନେଇଥିଲା ଫଳରେ ସମର୍ଥକ ମାନଙ୍କ ସହିତ ପୁରୀ ବାସି ନିଜ ଉପରୁ ନିୟନ୍ତ୍ରଣ ହରେଇଥିଲେ ଏବଂ ଶ୍ରୀମନ୍ଦିର କୁ ପଥର ମାଡ ସହିତ ସହର ର ସବୁ ଜାଗାରେ ନିଆଁ ଜଳିଥିଲା ,ଏପରିକି ଏସପି ଏବଂ ମନ୍ତ୍ରୀ ଙ୍କ ଘରେ ଆନ୍ଦୋଳନ କାରି ଧସେଇ ପଶି ଭଙ୍ଗାରୁଜା କରିବା ସହିତ ଏସପି ଙ୍କ ଘରକୁ ଘେରାଓ କରିଥିଲେ I

କାହିଁକି ଏପରି ଘଟିଲା ?
ଏହାର କିଛି ଦିନ ପୂର୍ବରୁ ପୋଲିସ ବଡଦାଣ୍ଡ ରେ ଏକ ପେଟ୍ରୋଲ ପମ୍ପ ରେ ଗଣ୍ଡଗୋଳ ହେଉଥିବା ବେଳେ ଘଟଣାକୁ ନିୟନ୍ତ୍ରଣ କରିନପାରି ଓଲଟା ରାସ୍ତାରେ ଯାଉଥିବା ନିରୀହ ଜନସାଧାରଣ ଏବଂ ସାମ୍ବାଦିକ ମାନଙ୍କୁ ଗୋଡେଇ ଗୋଡେଇ ପିଟିଥିଲା

ଏହାକୁ ନେଇ ସବୁ ମହଲ ରେ ପୋଲିସ କୁ ନିନ୍ଦା କରାଯାଇଥିଲା ଏବଂ ତୁରନ୍ତ ଦୋଷୀ ମାନଙ୍କୁ ଗିରଫ କରାଯିବI ପାଇଁ ଦାବି କରାଯାଇଥିଲେ ମଧ୍ୟ ପୁରୀ ଏସପି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ଏଯାଏଁ ସଫଳ ହେଇପାରିନାହାନ୍ତି ତେଣୁ ଏହାକୁ ନେଇ ପୁରୀ ବାସି ନିଜର କ୍ରୋଧକୁ ଆନ୍ଦୋଳନ ର ରୂପ ଦେଇଥିବା ଚର୍ଚା ହେଉଛି I

ଅପରପକ୍ଷରେ ପୁରୀ ବାସୀ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କୁ ମନେପକାଇ କହିଛନ୍ତି ଯେ ସେ ଥିଲେ ଏପରି ଘଟଣାକୁ ଅତିସହଜରେ ସମ୍ଭାଳିପାରିଥାନ୍ତେ I ପୁରୀକୁ ଅଶାନ୍ତ ହେବାକୁ ଦେଇନଥାନ୍ତେ Iଅରବିନ୍ଦ ଗଲାପରେ ପୁରୀ ଅଣାୟତ ହେଇଯାଇଛି I

Leave a Reply

Your email address will not be published. Required fields are marked *