ଦିନ ଦି ପହରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରୁଥିବା ମହିଳାଙ୍କୁ ପାପୀ ମାନେ ଭିଡି ନେଇ କଲେ ଗଣ ଦୁଷ୍କର୍ମ

ଗଙ୍ଗା ନଦୀ କୁ ସାକ୍ଷାତ ଦେବୀ ମା କୁହାଯାଇଥାଏ I ପୁଣ୍ୟତୋୟା ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ନାଶ ହେବ ବୋଲି ବିଶ୍ୱାସ ରହିଛି ,ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗା କୂଳରେ ବୁଡ଼ ପକାଇଥାନ୍ତି I କିନ୍ତୁ ଗଙ୍ଗା ରେ ବୁଡ଼ ପକାଇ ବାକୁ ଆସିଥିବା ଜଣେ ମହିଳାଙ୍କୁ ପାଇଁ ଏହା ଅଭିଶାପ ପାଲଟି ଯାଇଛି I ପବିତ୍ର ସ୍ନାନ କରୁଥିବା ସମୟରେ ଦୁଇଜଣ ଦୁର୍ବୁତ ତାଙ୍କୁ ଭିଡି ନେଇ ଧର୍ଷଣ କରିଥିଲେ I ଘଟଣାଟି ବିହାରର ବରହା ଅଂଚଳର I ପ୍ରାପ୍ତ ସୂଚନା ଅନୁଯାଇ 45ବର୍ଷୀୟ ଜଣେ ମହିଳା ଗଙ୍ଗା ନଦୀରେ ବୁଡ଼ ପକାଉଥିବା ସମୟରେ କୂଳରେ ଥିବା ଶିବପୂଜନ ମହାତୋ ଏବଂ ଭିସାଲ କୁମାର ତାଙ୍କୁ ପାଣି ଭିତରୁ ଭିଡି ଆଣିଥିଲେ ଏବଂ ନଦୀ କୂଳରେ ଧର୍ଷଣ କରିଥିଲେ I

ମହିଳା ଜଣଙ୍କ ଗଙ୍ଗା ମାତା ର ରାଣ ପକାଇ ତାଙ୍କୁ ଛାଡିଦେବାକୁ ଅନୁରୋଧ କରିଥିଲେ ମଧ୍ୟ ପାପୀ ମାନେ ଛାଡ଼ିନଥିଲେ I ଓଲଟା ଏହାର ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିଥିଲେ I ଏନେଇ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *