ପାନ ମଧୁରୀ ଖାଇବା ର ଆଶ୍ଚର୍ଯ୍ୟ ଜନକ ଉପକାରିତା

ପାନ ମଧୁରୀ ଏକ ମସଲା ଜାତୀୟ ହେଇଥିଲେ ମଧ୍ୟ ଏହାର ବାସ୍ନା ଏବଂ ଔଷଧୀୟ ଗୁଣ ଯୋଗୁଁ ଏହାକୁ ପ୍ରାୟତ ସବୁ ଜାଗାରେ ବ୍ୟବହାର କରାଯାଏ I ସାଧାରଣତଃ ହୋଟେଲ ମାନଙ୍କରେ ଆପଣ ଦେଖିଥିବେ କି ଏକ ପାତ୍ର ରେ ପାନ ମଧୁରୀ ସହିତ ମିଶ୍ରି ରଖାଯାଇଥାଏ ,ଖାଦ୍ୟ ଖାଇସାରିବା ପରେ ଏହାକୁ ପାଟିରେ ପକାଇଥାନ୍ତି ଅନେକ I
କାହିଁକିନା ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇବା ଦ୍ୱାରା ଏହା ଅତି ସହଜରେ ଖାଦ୍ୟକୁ ହଜମ କରିବା ସହିତ ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ 2)ସମାନ ପରିମାଣର ମିଶ୍ରି ଏବଂ ପାନ ମଧୁରୀ ର ଚୁର୍ଣ୍ଣ କରି ଏହାକୁ ରାତ୍ରି ସମୟରେ ଏକ ଗ୍ଲାସ ଉଷୁମ ପାଣିରେ ପିଇବା ଦ୍ୱାରା ପେଟ ଜନିତ ବିଭିର୍ଣ୍ଣ ସମସ୍ୟା ଯେପରିକି ଗ୍ୟାସ ,ବଦହଜମି , ଏସିଡ଼ିଟି କୁ ଏହା ଅତି ସହଜରେ ନିୟନ୍ତ୍ରଣ କରିଥାଏ I

3) ପାଟିରେ ଘା ହେଇଥିଲେ ଏକ ଗ୍ଲାସ ପାଣିରେ 20/30ଗ୍ରାମ ପାନ ମଧୁରୀ ନେଇ ତାହାକୁ ଭଲ ଭାବରେ ଫୁଟାନ୍ତୁ ଏବଂ ଅଧା ଗ୍ଲାସ ହେଇଗଲେ ସେହି ପାଣିରେ ଦିନ ଦୁଇ ତିନିଥର କୁଲୁକୁଯା କରିବା ଦ୍ୱାରା ପାଟି ଘା ଭଲ ହେଇଥାଏ I

4)ପାନ ମଧୁରୀ ଖାଇବା ଦ୍ୱାରା ଗଳା ର ସଂକ୍ରମଣ ରୁ ରକ୍ଷା କରିଥଏ 5)ପାନ ମଧୁରୀ ଖାଇବା ମୁଖ ଦୁର୍ଘନ୍ଧ ଦୂର ହେଉଥାଏ I 6) ପାନ ମଧୁରୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହେଇଥାଏ I

Leave a Reply

Your email address will not be published. Required fields are marked *