ଯଦି ଫ୍ରିଜ୍ ରେ ଥିବା ଖାଦ୍ୟ ଖାଉଛନ୍ତି ତାହେଲେ ନିଶ୍ଚୟ ପଢନ୍ତୁ ଏହାକୁ

ଆଜିକାଲି ସମୟରେ ଆପଣମାନେ ବହୁତ୍ ଖାଦ୍ୟ ଜିନିଷ ଫ୍ରିଜ୍ ରେ ରଖୁଥିବେ।କାରଣ ଆପଣ ଭାବୁଛନ୍ତି ଫ୍ରିଜ ରେ ରଖିଲେ ଖାଦ୍ୟ ଭଲ ରହୁଛି।କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଦ୍ବାରା ଆପଣଙ୍କ ଉପରେ କେତେ ଖରାପ୍ ପ୍ରଭାବ ପଡୁଛି।
ଅଣ୍ଡାକୁ ବହୁତ୍ ଲୋକ ଫ୍ରିଜ୍ ରେ ରଖନ୍ତି।ଅଣ୍ଡା ଖାଇବା ଦ୍ଵାରା ଆମକୁ ପ୍ରୋଟିନ,କ୍ୟାଲସିୟମ,ଓ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ।କିନ୍ତୁ ଅଣ୍ଡାକୁ ଆପଣ ଫ୍ରିଜ୍ ରେ ରଖିବା ଦ୍ବାରା ଆମକୁ ସେହି ପରିମାଣରେ ସ୍ଵାଦ ଆଉ ଭିଟାମିନ ମିଳି ନ ଥାଏ ।

କଦଳୀ ଖାଇବା ଦ୍ବାରା ଆମ ଶରୀରକୁ ଭରପୁର ମାତ୍ରାରେ ଆଇରନ ମିଳିଥାଏ।ଏବଂ ଏହାକୁ ଫ୍ରିଜ୍ ରେ ରଖିବା ଦ୍ବାରା ଏହାର ପୋଷାକ ତତ୍ଵ ନଷ୍ଟ ହୋଇ ଯାଇଥାଏ।ଆଉ ଯଦି କଦଳୀ କଞ୍ଚା ଥାଏ ତେବେ ଏହା ଫ୍ରିଜ୍ ରେ ରଖିବା ଦ୍ବାରା ପାଚି ନ ଥାଏ।
ପାଉଁରୋଟି ଏହାକୁ ଫ୍ରିଜ୍ ରେ ରଖିଲେ ମଧ୍ୟ ଏହା ଶୀଘ୍ର ଶୁଖି ଯାଏ। ଫ୍ରିଜର ର ଥଣ୍ଡା ତାପମାତ୍ରା ପାଉଁରୋଟି କୁ ଶକ୍ତ ଏବଂ ଚର୍ବଣ ଯୁକ୍ତ କରିଥାଏ।ଫଳରେ ପାଉଁରୋଟି ର ସ୍ଵାଦ ମଧ୍ୟ ଖରାପ୍ ହୋଇ ଯାଇଥାଏ।

ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି ତେବେ ମନେ ରଖନ୍ତୁ କଫିକୁ ଥଣ୍ଡା ଶୁଖିଲା ଏବଂ ଅନ୍ଧାରୁଆ ସ୍ଥାନରେ ରଖିବା ଆବଶ୍ୟକ।କିନ୍ତୁ ଏଥିପାଇଁ ଫ୍ରିଜର୍ ର ଆବଶ୍ୟକତା ମଧ୍ୟ ନ ଥାଏ।ଏଥିପାଇଁ ଏହାକୁ ଫ୍ରିଜର୍ ରେ ନ ରଖି ଏଆର୍ ଟାଇଟ ବାକ୍ସ ରେ ରଖନ୍ତୁ।

Leave a Reply

Your email address will not be published. Required fields are marked *