ପୁରୀ ବନ୍ଦ ରେ ହିଂସାକାଣ୍ଡ ଘଟାଇଥିବା ୧୯ ଜଣଙ୍କୁ ଗିରଫ କରିଛି ପୋଲିସ

ଧାଡି ଦର୍ଶନ କୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ପୁରୀ ବନ୍ଦ ଡାକରା ରେ ସକାଳୁ ସକାଳୁ ସେନା ଆବାହକ ପିକୁ ପଟନାୟକ ଙ୍କୁ ପୋଲିସ ଘରୁ ଉଠାଇନେବା ପରେ ପୁରୀରେ ସ୍ତିତି ଅସମ୍ଭାଳ ହେଇଯାଇଥିଲା I ଆନ୍ଦୋଳନକାରୀ ଶ୍ରୀମନ୍ଦିର ର ବାରକେଡ଼ ଭାଙ୍ଗିବା ସହିତ ,ବିଭିର୍ଣ୍ଣ ଅଂଚଳରେ ପୋଡା ଜଳା କରିଥିଲେ I ଏପରିକି ଏସପି ଏବଂ ମନ୍ତ୍ରୀ ମହେଶ୍ୱର ମହାନ୍ତି ଙ୍କ ଘରେ ଭଙ୍ଗାରୁଜା କରିଥିଲେ I

ନିଜେ ଡିଜି ଏବଂ ଆଇଜି ଘଟଣା ବୁଲି ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ହେଇଥିଲା I ତେବେ ଆନ୍ଦୋଳନ ରେ ସାମିଲ ହେଇ ବ୍ୟାପକ ଭଙ୍ଗାରୁଜା କରିଥିବା କିଛି ଆନ୍ଦୋଳନକାରୀ ଙ୍କୁ ପୋଲିସ ଗତକାଲି ରାତ୍ରିରେ ଗିରଫ କରିଛି I ସିସି ଟିଭି ଫୁଟେଜ୍ ରୁ ଯାଞ୍ଚ କରାଯାଇ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି I

ବିଳମ୍ବିତ ରାତ୍ରି ସୁଦ୍ଧା ପାଖାପାଖି ୧୯ ଜଣଙ୍କୁ ପୋଲିସ ଗିରଫ କରିଛି ।କିନ୍ତୁ ଅପରପକ୍ଷରେ ପେଟ୍ରୋଲ ପମ୍ପ ରେ ଘଟିଥିବା ଘଟଣାରେ ନିରୀହ ଜନସାଧାରଣ .ସାମ୍ବାଦିକ ମାନଙ୍କୁ ପୋଲିସ ର ନିର୍ଘାତ ମାଡ ଘଟଣାରେ କୌଣସି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇନାହିଁ I

Leave a Reply

Your email address will not be published. Required fields are marked *