ଆତ୍ମଘୋଷିତ ମହାପୁରୁଷ ତଥା ଶିବ ଙ୍କ ଦୂତ ବୋଲାଉଥବା ଆର୍ତତ୍ରାଣ ଙ୍କ ଅସଲ ଗୁମର ସାମ୍ନା କୁ ଆଣିଲା ଇଣ୍ଡିଆ ଟିଭି

(Odishaexclusive ଭୁବନେଶ୍ୱର): ଯଦି ଆପଣ ସୋସିଆଲ ମିଡ଼ିଆ ଖୋଲୁଥିବେ ତେବେ ନିହାତି ବାବାରେ ଜଣେ ବାବାଙ୍କର କେବଳ ରୋଗୀକୁ ଛୁଇଁ ଭଲ କରିଦେଉଥିବାର ଭିଡିଓ ନିହାତି ଦେଖିଥିବେ I ଯେ କୌଣସି ରୋଗହେଉ ପାରାଲେସିସ,ହାର୍ଟ ଫେଲ,କିଡନୀ ଫେଲ,କ୍ୟାନ୍ସର ପରି ଦୁରାରୋଗ୍ୟ!ଅର୍ଦ୍ଧ ମୃତ ରୋଗୀ ବାବାଙ୍କ ପାଖକୁ ଆସି ତାଙ୍କ ସ୍ପର୍ଶ ରେ ଭଲ ହେଇ ଯାଆନ୍ତି I ନିକଟ ଅତୀତ ରେ ଅନେକ ଗୁଡିଏ ଭଣ୍ଡ ଠକ ବାବା ଧରାପଡ଼ି ଜେଲ ଯାଇଥିବା ବେଳେ ଏ ନିଜକୁ ମହାପୁରୁଷ ଏବଂ ଶିବ ଙ୍କ ଦେବଦୁତ ଭାବେ ପ୍ରଚାର କରନ୍ତି ଏ ହେଉଛନ୍ତି ବାବା ଜଣକ ହେଲେ ଜଗତସିଂପୁର ମଣ୍ଡାସାହି ନିକଟସ୍ଥ ବିଓଳ ଗ୍ରାମର ବାବା ଆର୍ତ୍ତତ୍ରାଣ।

ଯେଉଁଠି ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ବିଫଳ ହେଉଛି ବାବା କିନ୍ତୁ ସେଠି ସଫଳ ହେଉଛନ୍ତି ବୋଲି ନିଜକୁ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି I ନିଜ ହାତ ଏବଂ ପାଦରେ ଛୁଇଁ ଦେଇ ଯେ କୌଣସି ରୋଗ କୁ ବାବା ଭଲ କରିଦେଉଛନ୍ତି ଏବଂ ଏହାର ନାମ ସ୍ପର୍ଶ ଚିକିତ୍ସା,ଦିବ୍ୟ ଚିକିତ୍ସା,ଡିଭାଇନ ଟ୍ରିଟମେଣ୍ଟ ରଖିଛନ୍ତି I କେବଳ ସ୍ପର୍ଶ ନୁହେଁ ବାବା କୁଆଡେ ଫୋନରେ ରୋଗ ଭଲ ହେଇ ଯା, କହିଦେଲେ ,ସଙ୍ଗେ ସଙ୍ଗେ କୁଆଡ଼େ ରୋଗ ଛାଡି ପଳାଉଥିବା ତାଙ୍କ ଅନୁଗତ ମାନେ ଦାବି କରନ୍ତି Iବାବାଙ୍କର ଫେସବୁକ ରେ ମଧ୍ୟ ଏକ ପେଜ ଅଛି ଯେଉଁଥିରେ ସେ ଏସବୁ ର ଭିଡିଓ ପୋଷ୍ଟ କରି ପ୍ରଚାର ପ୍ରସାର କରନ୍ତି I

ତାଙ୍କ ପ୍ରଚାର ଏତେ ବଢିଗଲା ଯେ ଶେଷରେ ଭାରତର ଏକ ଜାତୀୟ ସ୍ତର ର ଚାନେଲ ଇଣ୍ଡିଆ ଟିଭି ପହଞ୍ଚିଥିଲା ବାବାଙ୍କ ଆଶ୍ରମ ରେ I ଏବଂ ସେହି ଦିନ ବହୁରୋଗୀଙ୍କ ସହିତ ଆଲୋଚନା ପରେ ବାବା ଙ୍କ ଅସଲ ଚେହେରା ନିଜ ଚାନେଲ ରେ ପ୍ରସାରଣ କରି ଏହାକୁ ଅନ୍ଧ ବିଶ୍ୱାସ ବୋଲି ଖୋଲାଖୋଲି ମତ ରଖିଛି ଏହି ଚାନେଲ I ଚାନେଲ ତରଫରୁ ସାମ୍ବାଦିକ ପବନ ନାରା ଏହାର ସବିଶେଷ ତଥ୍ୟ ଉଥାପନକରିଛନ୍ତି I ତେବେ ଥରେ ସ୍ପର୍ଶ ରେ ରୋଗ ଭଲ କରିଦେଉଥିବା ବାବା ଙ୍କର କେହି ବି ଭକ୍ତ ନିରାଶ ହେଇ ଫେରୁନଥିବା ଦମ୍ଭ କୁ ଭୁଲ ପ୍ରମାଣିତ କରିଛି ଏହି ଚାନେଲ I ସେମିତି ଜଣେ ଝିଅ ହେଉଛନ୍ତି ସୁସ୍ମିତା(18 ବର୍ଷ ) ,ଯିଏକି କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ କେବଳ ବାପା ମା ଛଡା ଅନ୍ୟ କିଛି କହିପାରନ୍ତି ନାହିଁ I ବହୁ ଆଶା ଭରଷା ରେ ତାଙ୍କ ବାପା ମା ବାବା ଙ୍କ ପାଖକୁ ନେଇଆସିଥିଲେ ,

ବାବା ମଧ୍ୟ ଝିଅର ଗଳା ଘଷି ,ଚୁଟି ଟାଣି ନିଜର ଦିବ୍ୟ ଶକ୍ତି ପ୍ରୟୋଗ କଲେ କିନ୍ତୁ କିଛି ଲାଭ ହେଲା ନାହିଁ ଏନେଇ ଝିଅର ବାପା ଇଣ୍ଡିଆ ଟିଭି କୁ କହିଛନ୍ତି ଯେ ବହୁ ଆଶା ନେଇ ଆସିଥିଲି କିନ୍ତୁ କିଛି ଲାଭ ନାହିଁ ଯାହା ପୂର୍ବରୁ ଥିଲା ଏବେ ତାହାହିଁ ଅଛି I ପଶ୍ଚିମଓଡିଶା ରୁ ଆସିଥିବା ମଂଜୁଲା ପ୍ରଧାନ ଙ୍କର ସ୍ପାଇନାଲ ପ୍ରୋବ୍ଲେମ ପାଇଁ ଚାଲିବୁଲି ପାରନ୍ତି ନାହିଁ ,ଘର ଲୋକେ ଈଶ୍ୱର ଙ୍କ ଦେବଦୁତ ପାଖକୁ ନେଇଆସିଥିଲେ ,ମହାପୁରୁଷ ତାଙ୍କ ଉପରେ ଲେମ୍ବୁ ଥୋଇ ନିଜ ଦିବ୍ୟ ଶକ୍ତି ପ୍ରୟୋଗ କଲେ କିନ୍ତୁ କିଛି ଲାଭ ହେଲା ନାହିଁ

ଆହୁରି ମଧ୍ୟ ଏହିପରି କେତେ ଲୋକ ବହୁ ଆଶା ନେଇ ଆସିଥିଲେ ମଧ୍ୟ କିଛି ସୁଫଳ ନପାଇ ନିରାଶା ହେଇ ଫେରିଯାଇଥିଲେ,ଯାହାର ଭିଡିଓ ଆପଣ ଇଣ୍ଡିଆ ଟିଭି ରେ ଦେଖିପାରିବେ I ତେବେ କଥା ଉଠୁଛି ଯେଉଁ ବାବା ଦାବି କରନ୍ତି କି ଯେତେବଡ ରୋଗ ହେଉଥାଉ ତାଙ୍କ ସ୍ପର୍ଶ ମାତ୍ରକେ ସେହି ରୋଗ ସଂଗେ ସଂଗେ ଭଲ ହେଇଯିବ ଏମାନଙ୍କ କ୍ଷେତ୍ରରେ କାହିଁକି ଫେଲ ମାରିଲେ ବାବା ??ତେବେ କଣ ମାନି ନେବାକୁ ହେବ ଯେ ଏହା ଏକ ପ୍ରହସନ ??ଏନେଇ ଇଣ୍ଡିଆ ଟିଭି ରେ ମଧ୍ୟ କୁହାଯାଇଛି ଯେ ଏହା ଏକ ଅନ୍ଧବିଶ୍ୱାସ ଯାହାକୁ କି ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି I

ତେବେ କଥା ଉଠୁଛି ଆଜିର ଆଧୁନିକ ଯୁଗରେ କିପରି ଏହା ସମ୍ଭବ ଯେ ଜଣେ ସ୍ପର୍ଶ କରି ଯେ କୌଣସି ରୋଗକୁ ଭଲ କରିଦେବ ??ପୂର୍ବରୁ ଏହିପରି ମଧ୍ୟ ଭଣ୍ଡ ସାରଥୀ ପାଦରୁ ମହୁ ,ହାତରୁବିଭୁତି କାଢି ବହୁ ଅନ୍ଧ ବିଶ୍ୱାସ ର ପ୍ରଚାର ପ୍ରସାର କରି ଆତ୍ମଘୋଷିତ ଭଗବାନ ହେଇଯାଇଥିଲା I ଯାହାପାଇଁ ରାଜ୍ୟରେ ଆଇନ କାନୁନ ପରିସ୍ଥିତି ଉପୁଜିଥିଲା ,ଏପରି ସ୍ଥଳେ ଏକ ଜାତୀୟ ଗଣମାଧ୍ୟମ ଖବର ପ୍ରସାରଣ ପରେ କାହିଁକି ପ୍ରସାଶନ ଚୁପ ରହିଛି ??(Source :IndiaTv )

2 Comments on “ଆତ୍ମଘୋଷିତ ମହାପୁରୁଷ ତଥା ଶିବ ଙ୍କ ଦୂତ ବୋଲାଉଥବା ଆର୍ତତ୍ରାଣ ଙ୍କ ଅସଲ ଗୁମର ସାମ୍ନା କୁ ଆଣିଲା ଇଣ୍ଡିଆ ଟିଭି”

Leave a Reply

Your email address will not be published. Required fields are marked *