ଏସବିଆଇ ଏଟିଏମ୍ ରେ ଲାଗୁ ହେଲା ନୂଆ ନିୟମ ,ପ୍ରତିଦିନ ଏତିକି ଟଙ୍କା ରୁ ଅଧିକ ଉଠାଇପାରିବେ ନାହିଁ

ଦୈନିକ 40ହଜାର ଉଠାଇବାରେ ଲାଗୁହେଲା ରୋକ
ଏଟିଏମ ର ବ୍ୟବହାର ଯୋଗୁଁ ଅତି ସୁବିଧାରେ ଯେ କୌଣସି ସ୍ଥାନରୁ ଏହାର ଗ୍ରାହକ ମାନେ ଟଙ୍କା ଉଠାଇ ପାରୁଛନ୍ତି Iସାଧାରଣ ଗ୍ରାହକ ଙ୍କୁ ଦିଆଯାଇଥିବା କ୍ଲାସିକ ଏବଂ ମାଏଷ୍ଟ୍ରୋ ଏଟିଏମ କାର୍ଡ ରୁ ଦୈନିକ ସର୍ବାଧିକ 40 ହଜାର ପର୍ଯ୍ୟନ୍ତ ବ୍ୟାଙ୍କ ରୁ ଟଙ୍କା ଉଠାଇପାରୁଥିଲେ I କିନ୍ତୁ ଏହି ନିୟମ ରେ ନୂଆ ପରିବର୍ତନ ଆସିଛି I ଏନେଇ ଏସବିଆଇ ସୂଚନା ଜାରି କରିଛି ଯେ କ୍ଲାସିକ ଏବଂ ମାଏଷ୍ଟ୍ରୋ ଏଟିଏମ କାର୍ଡ ରୁ ଦୈନିକ ଆଉ 40ହଜାର ଉଠାଇପାରିବେ ନାହିଁ I ଏଥର ସର୍ବାଧିକ 20 ହଜାର ଉଠାଇପାରିବେ I

40 ହଜାର ରୁ ଏହIକୁ 20ହଜାର କୁ କମାଇ ଦିଆଯାଇଛି I ଏନେଇ ଏସବିଆଇ ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପିକେ ଗୁପ୍ତା କହିଛନ୍ତି ଯେ ଉପଭୋକ୍ତା ମାନଙ୍କର ହେଉଥିବା ଚୋରି କୁ ଏହାଦ୍ୱାରା ରୋକାଯାଇପାରିବା ସହିତ ଡିଜିଟାଲ ଟ୍ରାଞ୍ଜାକ୍ସନ କୁ ଅଧିକ କରିବା ପାଇଁ ଏପରି ନିୟମ କରାଯାଇଛି I ଏହା ଆସନ୍ତା ଅକ୍ଟବର 31 ରୁ ଲାଗୁହେବ I

Leave a Reply

Your email address will not be published. Required fields are marked *