ଦରିଆ ସେପାରି ପାକିସ୍ତାନୀ ରୁ ଦର୍ଶନ ପାଇଁ କାଳିଆ ଆଣିଲା ଟାଣି ,

ସେ ଭକ୍ତ ର ଭଗବାନ ନା ତା ପାଇଁ ଅଛି ଜାତି ନା ଧର୍ମ ,ଯିଏ ହୃଦୟରୁ ଥରେ ମନଖୋଲି ଡାକିଲା ଭକ୍ତର ଭକ୍ତିରେ ବନ୍ଧା କାଳିଆର ଦର୍ଶନ ତା ପାଇଁ ସାହାଣ ମେଲା I ସେଇଥିପାଇଁ ତ ସେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଥିଲା ,ଭକ୍ତ ପାଇଁ ନନ୍ଦିଘୋଷ ରେ ବିଜେ ନକରି ବାଲିର ରଥ ପାଖରେ ଅଟକିଯାଇଥିଲା i ତା ମାୟା କିଏ ବୁଝିବ ??ତେବେ ଗତକାଲି କାଳିଆର ମାୟାରେ ଟାଣି ହେଇ ସୁଦୂର ପାକିସ୍ତାନ ରୁ 126 ଜଣ ଭକ୍ତ ଦରିଆ ପାର ହେଇ ଜଗାର ଦର୍ଶନ ପାଇଁ ଛୁଟି ଆସିଛନ୍ତି I

ତେବେ ମିଳିଥିବା ସୂଚନା ଅନୁଯାଇ ଏମାନେ ସମସ୍ତେ ହିନ୍ଦୁ ଅଟନ୍ତି ଯେଉଁମାନେ କି ପାକିସ୍ତାନ ର ଅଧିବାସୀ I ଭାରତ ପାକିସ୍ତାନ ମଧ୍ୟରେ ଅହିନକୁଳ ସମ୍ପର୍କ ଚାଲିଥିଲେ ମଧ୍ୟ କାଳିଆକୁ ଦର୍ଶନ ପାଇଁ କୌଣସି ବାଧା ବିଘ୍ନ ଏମାନଙ୍କୁ ଅଟକାଇ ପାରିନାହିଁ I ଶ୍ରୀକ୍ଷେତ୍ରରେ କାଳିଆର ଦର୍ଶନ ପରେ ଭକ୍ତ ମାନଙ୍କ ଆଖି ଲୁହରେ ଛଳ ଛଳ ହେଇଯାଇଥିଲା I ଏବଂ ଯଦି ଆଗକୁ ଜଗାର ଡୋରି ଲାଗେ ପୁଣି ଠାରେ ସେମାନେ ଦର୍ଶନ କରିପାରିବେ ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *