ବିଜୁ ଯୁବ ବାହିନୀ ଗୋଡେଇ ଗୋଡେଇ ହାଣିଲେ କଂଗ୍ରେସ କର୍ମୀ ଙ୍କୁ :ଆଳି ବିଧାୟକ ଦେବେନ୍ଦ୍ର ଶର୍ମା

ଗତକାଲି ଉମାକାନ୍ତ ନାମକ ଜଣେ ଯୁବକ ନିଜ ଭଉଣୀ ଘରୁ ନିଜ ଘର ଆଳି ଥାନା ଅନ୍ତର୍ଗତ ମାନପୁର କୁ ଫେରୁଥିବା ବେଳେ କିଛି ଯୁବକ ତାଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି i ଯୁବକ ଜଣଙ୍କ ଗୁରୁତର ଭାବରେ ହସ୍ପିଟାଲ ରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଏବେ ସାମ୍ନା କୁ ଆସିଛି ଚାଂଚଲ୍ୟକର ଘଟଣା I ଯୁବକ ଜଣଙ୍କ କଂଗ୍ରେସ ର ଜଣେ ସକ୍ରିୟ କର୍ମୀ ଏଥିପାଇଁ ତାଙ୍କୁ ବିଜେଡି ର ବିଜୁ ଯୁବ ବାହିନୀ ସଦସ୍ୟ ରାସ୍ତାରେ ଗୋଡେଇ ଗୋଡେଇ ହାଣିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅଭିଯୋଗ କରିଛନ୍ତି I

ଏବଂ ଦେବେନ୍ଦ୍ର ଶର୍ମା କହିଛନ୍ତି କି ଏହି ଘଟଣା ସାଂସଦ ପ୍ରତାପ ଦେବଙ୍କ ନିର୍ଦେଶ ରେ ହେଇଚି I ଅପରପକ୍ଷରେ ଏହାକୁ ଖଣ୍ଡନ କରିଛନ୍ତି ସାଂସଦ ପ୍ରତାପ ଦେବ ,ଏବଂ ଦେବେନ୍ଦ୍ର ଶର୍ମା ଙ୍କ ମସ୍ତିଷ୍କ ବିକୃତ ହୋଇଗଲାଣି ବୋଲି ପ୍ରତିକ୍ରିୟା ରଖିଛନ୍ତି I

Leave a Reply

Your email address will not be published. Required fields are marked *