ସୋମବାର ଦିନ  ଏହି ଗୋଟିଏ କାମ କଲେ ଶିବ ଅତ୍ୟନ୍ତ ପ୍ରସନ୍ନ ହେଇଥାନ୍ତି

ଭକ୍ତିର ସହିତ ପୂଜା କଲେ ମହାଦେବ ଖୁବ ଜଲ୍ଦି ପ୍ରସନ୍ନ ହେଇଥାନ୍ତି ଏବଂ ବରଦାନ କରିଥାନ୍ତି Iସେଥିପାଇଁ ତ ତାଙ୍କୁ ଶ୍ରଦ୍ଧାରେ ସମସ୍ତେ ଭୋଳା ବାବା କହିଥାନ୍ତି I ତେବେ ଭଗବାନ ଶିବ ଙ୍କ ପୂଜା କରିବା ସମୟରେ ଏହା କରିବା ଦ୍ୱରା ଶିବ ପ୍ରସନ୍ନ ହେଇଥାନ୍ତି  Iସୋମବାର ଦିନ ସକାଳୁ ନିତ୍ୟକର୍ମ ସାରି ଶିବ ଙ୍କୁ ଦୂରୁଁଦୁରା , ଧଳା ଅରଖ ଫୁଲ ସହିତ ବେଲ ପତ୍ର ର ମାଳା ଚଢାନ୍ତୁ ଶିବ ଅତ୍ୟନ୍ତ ପ୍ରସନ୍ନ ହେବେ  I ଶିବ ମନ୍ଦିରରେ  ଜାଅଁଳା କଦଳୀ  ଭକ୍ତିର ସହିତ ଶିବ ଙ୍କ ଲିଙ୍ଗରେ ରେ ଘର୍ଷଣ କରନ୍ତୁ ଏହା ଦ୍ୱାରା ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେଇଥାନ୍ତି ଶାସ୍ତ୍ର ଅନୁଯାଇ  ଜାଅଁଳା କଦଳୀ ହେଉଛି  ଲକ୍ଷ୍ମୀ ନାରାୟଣ , ହରି  ଏବଂ ହର ଏକ ଆତ୍ମା  ତେଣୁ   ଶିବ ଅତ୍ୟନ୍ତ ପ୍ରସନ୍ନ ହେଇଥାନ୍ତି I ଏହା ସହିତ ଶିବଙ୍କର ଅତି ପ୍ରିୟ  ମହାମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ I  ଯଦି   ଆପଣଙ୍କୁ ଭୟ ଲାଗୁଥାଏ, ମନରେ ବିଷାଦ ଲାଗିରହୁଥାଏ  ତେବେ  ଭୟ ଅବସାଦ  ଦୂର କରିବା ପାଇଁ  ମହାମୃତୁଞ୍ଜୟ ମନ୍ତ୍ର ଏଗାର  ଶହ ଥର  ଜପ କରନ୍ତୁ ମନରୁ ଭୟ ଦୂରେଇଯିବ  ଏବଂ ସର୍ବ ମଙ୍ଗଳ ହେବ I

Leave a Reply

Your email address will not be published. Required fields are marked *