ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ଆସିବା ପୂର୍ବରୁ ପଦାରେ ପଡିଲା ବିଜେଡି ଦଳୀୟ କନ୍ଦଳ ;ଜୟନ୍ତ ,ଉମାକାନ୍ତ ମଧ୍ୟରେ ତୁ ତୁ ମେଁ ମେଁ

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନର ଶିଳାନ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଅକ୍ଟୋବର ୯ ରେ ପୁରୀର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବେ I ତେବେ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସତ୍ୟବାଦୀ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି I ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଏବଂ ପୂର୍ବତନ ପୁରୀ ନଗରପାଳ ଜୟନ୍ତ ଷଡ଼ଙ୍ଗୀ (ନିଲୁ)ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି I ଗତକାଲି କଣାସରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ମନମୁଖୀ ଶାସନ, ଦଳୀୟ ପୁରୁଖା ଲୋକଙ୍କୁ ଅଣଦେଖା ଇତ୍ୟାଦି ଅଭିଯୋଗ ନେଇ ଏକ ସମାବେଶ କରାଯାଇଥିଲା ଏବଂ ଏହି ସଭାରେ ବିଜେଡିର ଜୟନ୍ତ ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇଥିଲା I ଜୟନ୍ତ ଷଡ଼ଙ୍ଗୀ ଏବଂ ଦୁଇ ବ୍ଲକ ସଭାପତି ଲୋକଙ୍କ ନିମନ୍ତ୍ରଣ ରକ୍ଷା କରି ସମାବେଶରେ ଯୋଗ ଦେଇଥିଲେ I

ଦୁଇ ବ୍ଲକ ସଭାପତି ରତିକାନ୍ତ ମିଶ୍ର ଏବଂ ସୁଶୀଲ କାନ୍ତ ରାଉତ ଯୋଗ ଦେଇଥିଲେ I ବିଧାୟକ ସାମନ୍ତରାୟଙ୍କୁ ସତ୍ୟବାଦୀ ବିଜେଡିରୁ ହଟେଇବାକୁ ଜୋରଦାର ନାରା ଦେଇ ବୈଠକରେ ଦାବି କରାଯାଇଥିଲା I

ତେବେ ଏନେଇ ଜୟନ୍ତ ଷଡ଼ଙ୍ଗୀ ବିଧାୟକ ଙ୍କ ବିରୁଧରେ କୌଣସି ମନ୍ତବ୍ୟ ରଖିନଥିଲେ I କେବଳ ସୌଜନ୍ୟତା ଦୃଷ୍ଟିରୁ ସଭା ରେ ଯୋଗ ଦେଇଥିଲେ I

ଅପରପକ୍ଷରେ ଜୟନ୍ତଙ୍କ ବୈଠକରେ ଯୋଗଦାନକୁ ନେଇ ଏକ ଖବରକାଗଜକୁ ନିଜର ପ୍ରତିକ୍ରିୟା ଦେଇ ବିଧାୟକ ସାମନ୍ତରାୟ କହିଛନ୍ତି ଯେ ଜୟନ୍ତ ଷଡ଼ଙ୍ଗୀଙ୍କର ରାଜନୀତିରେ କୌଣସି ଅଭିଜ୍ଞତା ନାହିଁ, ସେ ସତ୍ୟବାଦୀରେ ୱାର୍ଡ ମେମ୍ବର ବି ଜିତିପାରିବେ ନାହିଁ I ଏହା ସହିତ ସେ ଦଳ ବିରୋଧୀ କାର୍ଯ୍ୟ କରି ବିଜେପିରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖା କରିଥିଲେ I ଏହା ସହିତ ଦୁଇ ବ୍ଲକ ସଭାପତିଙ୍କୁ ମଧ୍ୟ ଦଳରୁ ବାହାର କରାଯାଇ ନୂଆ ସଭାପତି ନିଯୁକ୍ତ କରାଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି I

ତେବେ ଏନେଇ ଓଡିଶା Exclusive ତରଫରୁ ସମ୍ବାଦଦାତା ଲକି ଜୟନ୍ତ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରେ ସେ ବିଧାୟକ ଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ କହିଛନ୍ତି ଯେ ଯେହେତୁ ବୈଠକ ରେ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ ଏବଂ ତାଙ୍କୁ ନିମନ୍ତ୍ରଣ କରିଥିଲେ ସେହି ଜାଗାକୁ ଯାଇ ସେ କଣ ଭୁଲ କରିଛନ୍ତି କି ?? ଅପରପକ୍ଷରେ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜିତିବା ପରେ ମଧ୍ୟ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନନେବାରୁ ତାଙ୍କ ବିରୁଧରେ ଦଳୀୟ ଅସନ୍ତୋଷ ଲାଗି ରହିଛି I ସତ୍ୟବାଦୀରୁ ୱାର୍ଡ ମେମ୍ବର ଭାବରେ ଜିତିପାରିବେନି କଟାକ୍ଷକୁ ଅତ୍ୟନ୍ତ ହାସ୍ୟାସ୍ପଦ କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ I ସୂଚନା ଥାଉକି ଜୟନ୍ତ ଷଡ଼ଙ୍ଗୀ ନିକଟ ଅତୀତରେ ପୁରୀର ନଗରପାଳ ଥିଲେ ଏବଂ ସତ୍ୟବାଦୀ ରେ ତାଙ୍କ ଲୋକପ୍ରିୟତା ଯଥେଷ୍ଟ ରହିଛି ଯେହେତୁ ତାଙ୍କ ନିଜସ୍ୱ ଗ୍ରାମ ସତ୍ୟବାଦୀର ଦୁଗଲ ପଂଚାୟତରେ I

ସତ୍ୟବାଦୀର ଯେ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ ଏବଂ ସତ୍ୟବାଦୀ ମାହୋତ୍ସବ ନାମରେ ହଜାର ହଜାର ଯୁବ ବନ୍ଧୁଙ୍କୁ ଏକତ୍ରିତ କରି ଏକ କାର୍ଯ୍ୟକ୍ରମ କରିଆସୁଛନ୍ତି I ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହେଇପାରିନି I ତେବେ କିଛିଦିନ ତଳେ ସତ୍ୟବାଦୀର ଦୁଇ ବ୍ଲକ ସଭାପତି ମଧ୍ୟ ବିଧାୟକଙ୍କ ବିରୁଧରେ ସାଂସଦଙ୍କୁ ଫେରାଦ ହେଇଥିଲେ I ବିଜେଡି ବ୍ଲକ ସଭାପତି, ଦଳୀୟ କର୍ମୀଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତି ଅସନ୍ତୋଷ ତୀବ୍ର ଭାବରେ ବଢ଼ିବାରେ ଲାଗିଛି I ଆଗାମୀ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ହାଇକମାଣ୍ଡ କି ନିଷ୍ପତି ନେବେ ତାହା ଦେଖିବାର ଅଛି I

Leave a Reply

Your email address will not be published. Required fields are marked *