ଚାନେଲ ରେ ଚାଲିଥିଲା କାଷ୍ଟିଙ୍ଗ କାଉଚ ,ସାମ୍ବାଦିକI କରେଇଦେବାକୁ କହି କାର୍ଯ୍ୟ ନିର୍ବାହି ଅଧକ୍ଷ୍ୟଙ୍କ ଅସଦାଚରଣ

ଗଣମାଧ୍ୟମ ହେଉଛି ସମାଜର ଚତୁର୍ଥ ସ୍ତମ୍ଭ I ନିଚ୍ଛକ ସତ୍ୟକୁ ସାମ୍ନାକୁ ଆଣିବା ଗଣମାଧ୍ୟମର ସାମ୍ବାଦିକ/ସାମ୍ବାଦିକା ମାନଙ୍କର କର୍ତବ୍ୟ I କିନ୍ତୁ ଗଣମାଧ୍ୟମ ରେ ସାମ୍ବାଦିକI କରେଇଦେବାକୁ କହି କାର୍ଯ୍ୟରତ ଜଣେ ଯୁବତୀ ଙ୍କୁ ଯଦି ଅସଦାଚରଣ କରାଯାଏ !! I ପ୍ରମୋସନ ର ଲୋଭ ଦେଖାଇ ଯଦି ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରାଯାଏ ,ତେବେ କଣ ଗଣମାଧ୍ୟମ ନିଜର ବିଶ୍ୱାସ ଜନସାଧାରଣ ରେ ରଖିପାରିବ ତ ?? ତେବେ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ଓଡ଼ିଶାର ପ୍ରତିଷ୍ଠିତ ଏକ ଗଣମାଧ୍ୟମ ଏମବିସି ଟିଭି ନାମରେ I ଚାନେଲର କାର୍ଯ୍ୟ ନିର୍ବାହି ଅଧକ୍ଷ୍ୟ ଙ୍କ ବିରୋଧରେ ଅସଦାଚରଣ /କାଷ୍ଟିଙ୍ଗ କାଉଚ ର ଅଭିଯୋଗ ଆଣିଛନ୍ତି ସେହି ଚାନେଲ ର ଜଣେ କାର୍ଯ୍ୟରତ ଯୁବତି I

ଅସଦାଚରଣ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବାରୁ ଯୁବତୀଙ୍କୁ ସେହି ଚାନେଲ ରୁ ବାହାର କରିଦେଇଥିବା ଯୁବତୀ ଜଣଙ୍କ କହିଛନ୍ତି I ଖାଲି ଅଭିଯୋଗ ନୁହେଁ କାର୍ଯ୍ୟ ନିର୍ବାହି ଅଧକ୍ଷ୍ୟ ଙ୍କ ନାମରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଚର୍ଚା ହେଉଛି I

ଘଟଣାଟି 2 ତାରିଖରେ ଘଟିଥିଲେ ମଧ୍ୟ କୌଣସି ଗଣମାଧ୍ୟମ କିମ୍ବା ଖବର କାଗଜ ଏନେଇ ସମ୍ବାଦ ପ୍ରସାରଣ କରିନଥିବା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବାର ଶଙ୍କା ହୁଏ I ତେବେ ଏନେଇ ପ୍ରଥମେ ଏକ ପ୍ରତିଷ୍ଠିତ ୱେବ ଚାନେଲ(ରିପୋର୍ଟରସ ଟୁଡ଼େ ) ରେ ପ୍ରକାଶିତ ହେବା ପରେ ଘଟଣାଟି ସମସ୍ତଙ୍କ ନଜର କୁ ଆସିଛି I

(Image Credit:Reporters Today)

ଯଦି ଏହା ସତ ହେଇଥାଏ ତେବେ ସାଙ୍ଘାତିକ ,କାହିଁକିନା ଗଣମାଧ୍ୟମ ଉପରୁ ଲୋକଙ୍କର ବିଶ୍ୱାସ ଏବଂ ଭରଷା ତୁଟିଯିବ I ତେଣୁ ଏନେଇ ସମ୍ପୃକ୍ତ ଚାନେଲ ନିଜ ତରଫରୁ ସ୍ପଷ୍ଟୋକ୍ତି ରଖିବା ସହିତ ଯଦି ଘଟଣାରେ ଯୁବତୀଙ୍କ ଲିଖିତ ଅଭିଯୋଗ ଥାଏ ତେବେ ତୁରନ୍ତ ଏହାର ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବା ଆବଶ୍ୟକ I

Leave a Reply

Your email address will not be published. Required fields are marked *