ଏହି ପାଇଁ ଆରମ୍ଭ ହୋଇଥିଲା କଳି ଯୁଗ

ଶାସ୍ତ୍ର ଅନୁସାରେ ଯୁଗ ୪ ପ୍ରକାର।

ସେଗୁଡିକ ହେଲା ସତ୍ୟ,ତ୍ରେତୟା,ଦ୍ଵାପର ଓ କଳି।

ବର୍ତମାନ କଳି ଯୁଗ ର ପ୍ରାଦୁର୍ଭାବ ତ ଆମେ ସମସ୍ତେ ଦେଖୁଚେ ହେଲେ ଆପଣ ଜାଣିଛନ୍ତି କି କଳି ଯୁଗ କିପରି ସମାପ୍ତ ହେବ?

ପୂରଣ ଅନୁସାରେ କଳି ଯୁଗ ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ। ତେବେ ବର୍ତ୍ତମାନ ଏହାର ୧୦% ମଧ୍ୟ ସମାପ୍ତ ହେଇନି ଆଉ ଅନ୍ୟାୟ କିପରି ହେଉଛି ଆପଣ ତ ଦେଖୁଛନ୍ତି ତେବେ କେବେ ଭାବୁଛନ୍ତି କି ଯେବେ କଳି ସମାପ୍ତ ହେବ ସେବେ କେତେ ମାତ୍ର ରେ ଅନ୍ୟାୟ ଥିବ?

କଳି ଯୁଗ କିପରି ଶେଷ ହେବ ସେ ବିଷୟରେ ବ୍ରହ୍ମ ପୂରଣ ରେ ବର୍ଣ୍ଣିତ ରହିଛି। ସେଥିରେ ଉଲେଖ ରହିଛି କି ଆହୁରି ଲକ୍ଷ ଲକ୍ଷ ବର୍ଷ ପରେ ଯାଇ କଳି ଯୁଗ ର ସମାପ୍ତ ହେବ କାରଣ ପରିବର୍ତ୍ତନ ହୀ ନିୟମ।

ଯେପରି ଗୋଟେ ଆତ୍ମା ଗୋଟେ ଶରୀର ତ୍ୟାଗ କରି ନୂଆ ଶରୀର କୁ ଯାଏ ଯୁଗ ପରିବର୍ତନ ର ମଧ୍ୟ ସେହି ପରି ନିୟମ।

ଭଗବାନ୍ ଶ୍ରକୃଷ୍ଣ ଗୀତା ରେ କହିଛନ୍ତି ଯେ ଯେବେ ପାପ ର କଳସୀ ପୁରି ଯିବ ସେତେବେଳେ ମୁଁ କଳ୍କୀ ଅବତାର ନେଇ ଜନ୍ମ ନେବି ଓ ଅଧର୍ମି ମାନଙ୍କୁ ଲୋପ କରିବି।

ଶାସ୍ତ୍ର ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେତେବେଳେ ଲୋକ ମାନେ ଧାର୍ମିକ କାର୍ଯ୍ୟ କରିବା ଛାଡ଼ି ଦେବେ ଏବଂ ଭଗବାନ୍ ଙ୍କ ପୂଜା ଛାଡ଼ି ଦେବେ ସେବେ ଗାଈ ମଧ୍ୟ କ୍ଷୀର ଦେବା ବନ୍ଦ କରିଦେବ।

Leave a Reply

Your email address will not be published. Required fields are marked *