ସୋନା ମହାପାତ୍ର ଙ୍କୁ ଅସଦାଚରଣ କରିଥିଲେ କୈଳାଶ ଖେର୍‌

ପ୍ରସିଦ୍ଧ କଣ୍ଠ ଶିଳ୍ପୀ କୈଲାଶ ଖେର୍‌ଙ୍କ ଙ୍କ ଏକ ଇଣ୍ଟରଭିଉ ନେବାକୁ ଯାଇଥିବା ବେଳେ ଜଣେ ସାମ୍ବାଦିକା ଙ୍କୁ ସେ ଅସଦାଚରଣ କରିଥିଲେ I ଏନେଇ ସାମ୍ବାଦିକା ଜଣଙ୍କ ଟ୍ୱିଟ କରିବା ପରେ କୈଲାଶ ଖେର୍‌ଙ୍କ ବିରୁଦ୍ଧରେ ଅନ୍ୟ ମାନେ ମଧ୍ୟ ପ୍ରତିକ୍ରିୟା ରଖୁଛନ୍ତି ଯେଉଁମାନେ ତାଙ୍କ ଅସଦାଚରଣ ର ଶିକାର ହେଇଥିଲେ I ତେବେ ଏ ତାଲିକାରେ ଆସିଛନ୍ତି ଓଡ଼ିଆ ଗାୟିକା ସୋନା ମହାପାତ୍ର I ଏନେଇ ସୋନା ଟ୍ୱିଟ କରି କହିଛନ୍ତି ଯେ

ଏକ ସଂଗୀତ ରେ କାମ କରିବାକୁ ଦୁହିଁଙ୍କର ଏକାଠି ହେଇଥିଲା ,ସେଠାରେ କୈଳାଶ ସୋନା ଙ୍କ ଜଙ୍ଘରେ ହାତ ରଖି ଅସଦାଚରଣ କରିବା ସହିତ ସୋନIଙ୍କୁ ବହୁତ ସୁନ୍ଦର ବୋଲି କହିଥିଲେ I ଆହୁରି ମଧ୍ୟ ସୋନା କହିଛନ୍ତି ଯେ କୈଳାଶ ତାଙ୍କ ଜୀବନରେ ଏତେ ଭୁଲ କରିଛନ୍ତି ଯେ ତାଙ୍କ ଭୁଲ ର ପ୍ରାୟଃଚିତ ନାହିଁ I ସୂଚନା ଥାଉ କି ସୋନା ମହାପାତ୍ର ଓଡ଼ିଶାର ହେଇଥିଲେ ମଧ୍ୟ ଓଡ଼ିଆ ଗୀତ କୁ କଦର୍ଥ କରି ଗାଇବା ହେତୁ ଓଡ଼ିଶାରେ ପ୍ରାୟତଃ ତାଙ୍କୁ ସମସ୍ତେ ବିରୋଧ କରିଥିଲେ I

Leave a Reply

Your email address will not be published. Required fields are marked *