ଯେତେବେଳେ ଓଡିଶା ଛୁଇଁଲା ବାତ୍ୟା ତିତିଲି ଠିକ ସେତିକି ବେଳେ ଜନ୍ମ ନେଲା ତିତିଲି

ରାଜ୍ୟସାରା ଭୟ ଏବଂ ଆଶଙ୍କାର ପରିବେଶ ତିତିଲି କୁ ନେଇକି I ସକାଳ ହେଲେ କଣ ହେବ ପରିସ୍ଥିତି I ନାନା ଆଶଙ୍କା ପରେ ସକାଳେ ଓଡିଶା ଛୁଇଁଥିଲା ତିତିଲି I ଗଂଜାମ ଏବଂ ଗଜପତି ରେ ନିଜର ତାଣ୍ଡବ ରଚୁଥିବା ବେଳେ ଗଂଜାମ ହସ୍ପିଟାଲ ରେ ଜନ୍ମ ନେଇଥିଲା ଶିଶୁକନ୍ୟା ତିତିଲି I ସାରାରାଜ୍ୟରେ ଭୟର ବାତାବରଣ ବେଳେ ଗଂଜାମ ହସ୍ପିଟାଲ ରେ ଏକ ପରିବାର ରେ ଝିଅ ଜନ୍ମ ହେଇ ଆଣିଥିଲା ପରିବାର ମୁଁହରେ ଖୁଶି I ଡାକ୍ତର ନିଜେ ଏହି ଶିଶୁକନ୍ୟା ର ନାମ ଦେଇଛନ୍ତି ତିତିଲି I ପରିବାରରେ ଖୁଶିର ଲହରୀ ଖେଳିଯାଇଥିବା ବେଳେ ସାରା ଅଂଚଳରେ ଏହି ଶିଶୁକନ୍ୟା ତିତିଲି କୁ ନେଇ ଚର୍ଚା I

Leave a Reply

Your email address will not be published. Required fields are marked *