୭୬ ବର୍ଷରେ ପଦାର୍ପଣ କଲେ ବଲିୟୁଡ଼ ପିତାମହ ଭୀଷ୍ମ ବିଗ୍ ବି ଅମିତାଭ ବଚ୍ଚନ

ବଲିୟୁଡ଼ ଜଗତର ସେ ଅପ୍ରତିଦ୍ବନ୍ଦି କଳାକାର I ସବୁବର୍ଗର ଦର୍ଶକ ମାନଙ୍କର ସବୁଠୁ ଅଧିକ ପ୍ରିୟ ବିଗ ବି I ହିନ୍ଦୀ ସିନେମା ର ପିତାମହ ଭୀଷ୍ମ କହିଲେ ବି ଭୁଲ ହେବନି I ଆଜିବି ଏ ବୃଦ୍ଧ ଅବସ୍ଥାରେ ସେ ସିନେମା ଜଗତରେ ଚଳଚଞ୍ଚଳ I ଏବେବି ସେ କାହାଣୀର ମୁଖ୍ୟ ନାୟକ ରେ ଅବତ୍ତୀର୍ଣ୍ଣ ହେଇ ସଫଳତା ସାଉଣ୍ଟିଛନ୍ତି I ତାଙ୍କ ପରିଚୟ ସେ ନିଜେ I ହଁ ଆଜ୍ଞା ଆପଣ ଜାଣିସାରିବେନି ଆମେ କାହା କଥା କହୁଚୁ ,ସେ ହେଉଛନ୍ତି ଅମିତାଭ ବଚନ I ଆଜି ତାଙ୍କର ଜନ୍ମଦିନI ୭୬ ବର୍ଷରେ ପଦାର୍ପଣ କଲେ ବିଗ୍ ବି ଅମିତାଭ ବଚ୍ଚନ I 11 ଅକ୍ଟୋବର 1942 ରେ I

୧୯୬୯ରେ ନିଜର ପ୍ରଥମ ଚଳଚିତ୍ର ରେ ବିଫଳତା ପରେ ଲଗାତାର ବିଫଳତା ସାଉଁଟିଥିଲେ ଅମିତାଭ 1I ୧୯୭୩ ରେ ଜୟା ଙ୍କ ସହିତ ତାଙ୍କ ବିବାହ ହେଇଥିଲା I ତେବେ ୧୯୭୩ରେ ଜଂଜୀର ତାଙ୍କ ଭାଗ୍ୟ ବଦଳାଇଦେଇଥିଲା I ରାତାରାତି ବାଜିଥିଲା ସୁପରଷ୍ଟାର ର ମାନ୍ୟତା ।ବାସ ଆଉ ପଛକୁ ଚାହିଁ ନାହାନ୍ତି ଅମିତାଭ I ୟା ପରେ କେବଳ ସଫଳତା ପରେ ହିଁ ସଫଳତା I

ଏହାଛଡା ଛୋଟ ପରଦାରେ କୌନ ବନେଗା କରୋଡ ପତି ରିୟାଲିଟି ଶୋ ରେ ନିଜର ନିଆରା ଉପସ୍ଥାପନା ପାଇଁ ଘରେ ଘରେ ଲୋକପ୍ରିୟତାସାଉଁଟିଥିଲେ ଅମିତାଭ I1984 ରେ ପଦ୍ମଶ୍ରୀ ଏବଂ 2001 ରେ ପଦ୍ମଭୂଷଣ 2015ରେ ପଦ୍ମବିଭୁଷଣ ସମ୍ମାନ ରେ ଭାରତ ସରକାର ତାଙ୍କୁ ସମ୍ମାନୀତ କରିଛନ୍ତି ।

Leave a Reply

Your email address will not be published. Required fields are marked *