ଢେଙ୍କାନାଳ ରେ ବି ଦମ୍ ଦେଖାଇଲେ ଦାମ ରାଉତ ,ଯେଉଁଆଡେ ଯାଉଛନ୍ତି ପ୍ରବଳ ଜନସମାଗମ

ଦୁର୍ନୀତି ବିରୁଧରେ ସ୍ୱର ଉତ୍ତଳନ କରି ବିଜେଡି ରୁ ବହିଷ୍କାର ହେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ନିଜକୁ ଆନ୍ନା ହେଇ ଓଡିଶା ସାରା ବୁଲି ବୁଲି ନବୀନ ଏବଂ ବିଜେଡି ଙ୍କ ବିରୁଧରେ ଲୋକଙ୍କୁ ସଚେତନ କରିବେ ବୋଲି ଅଣ୍ଟା ଭିଡ଼ିଥିଲେ I ସେହି କ୍ରମରେ ଦାମ ଙ୍କୁ ଆକ୍ଷେପ କରିଥିବା ସମୀର ଦାସ ଙ୍କ ନିମାପଡା ଏବଂ ପ୍ରତାପ ଙ୍କ ମାହାଙ୍ଗା ରେ ନିଜ ଦମ ଦେଖାଇଥିଲେ ଦାମ I

ଦାମ ଙ୍କ ସପକ୍ଷରେ ହଜାର ହଜାର ସମର୍ଥକ ଏକାଠି ହେଇଥିଲେ I ଏବେ ପୁଣି ଢେଙ୍କାନାଳ ରେ ନିଜ ଦମ ଦେଖାଇଛନ୍ତି ଦାମ I ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି ଢେଙ୍କାନାଳ ର ରଥଗଡ଼ାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା ଯାହାକି ଦିବ୍ୟଜ୍ୟୋତି କ୍ଲବ ଏବଂ ସୂଚନା ଅଧିକାର ଅଭିଯାନ ତରଫରୁ ଆୟୋଜନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦାମ ରାଉତ ଏବଂ କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାୟକ I

ବିଜେଡି କିପରି ଦୁର୍ନୀତି ରେ ବୁଡି ରହିଛି ସେ ନେଇ ବିଶଦଗାର କରିଥିଲେ ଦାମ ରାଉତ I ଦାମ ଙ୍କ ସହିତ ଉକ୍ତ ବୈଠକ ରେ ବରିଷ୍ଠ ସ୍ତମ୍ଭାକାରତଥା ସାମ୍ବାଦିକ ରବି ଦାସ , ପ୍ରିୟବ୍ରତ ଗଡ଼ନାୟକ, ଆଇନଜୀବୀ ସୁଧୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ I ତେବେ ଅନ୍ୟପକ୍ଷେ ଆଜି ଏରସମା ରେ ନିଜର ଶକ୍ତି ପ୍ରଦର୍ଶନ କରିବାର ଯେଉଁ କାର୍ଯ୍ୟକ୍ରମ ଥିଲା ତାହାକୁ ତିତିଲି ପାଇଁ ସ୍ଥଗିତ ରଖିଛନ୍ତି ଦାମ I ଏହାକୁ ପରବର୍ତୀ ଦଶହରା ପରେ ଆୟୋଜନ କରାଯିବ

Leave a Reply

Your email address will not be published. Required fields are marked *