ଆଜି କେବିସି ରେ ଦେଖାଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାରେ ହକି ଆୟୋଜନ କୁ ଜୋରଦାର ପ୍ରଚାର ଏବଂ ପ୍ରସାର କରିବାରେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ I ନିକଟ ଅତୀତ ରେ ଶାହରୁଖ ଖାନ ଙ୍କୁ ଓଡିଶା ହକି କୁ ସ୍ୱାଗତ କରାଇ ଏକ ଟ୍ୱିଟ କରିଥିଲେ I ଏବେ ପୁଣି ସବୁଠାରୁ ଲୋକପ୍ରିୟ ଶୋ ‘କୌନ୍‌ ବନେଗା କରୋଡ଼ପତି’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ I ହକି ପ୍ରଚାର ପ୍ରସାର ପାଇଁ ଆଜି ସନ୍ଧ୍ୟା 9 ଟାରେ ସୋନି ଟିଭି ରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ରେ ଅମିତାଭ ବଚ୍ଚନଙ୍କ ସହ ହଟ୍‌ସିଟ୍‌ରେ ରହିବେ ଇଣ୍ଡିଆନ୍‌ ହକିଟିମ୍‌ର ଖେଳାଳୀ Iବିଶେଷ ନଜର ରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶା କିପରି ହକି ପାଇଁ ବ୍ୟଗ୍ର ଏବଂ ଉତ୍ସାହିତ ତାହା ମୁଖ୍ୟମନ୍ତ୍ରୀ ସୋନି ଟିଭି ରେ ସମସ୍ତଙ୍କ ସାମ୍ନାରେ ଜଣାଇବେ ଏବଂ ସମସ୍ତଙ୍କୁ ଓଡିଶା କୁ ନିମନ୍ତ୍ରଣ କରିବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ I ଏନେଇ ସୋନି ଟିଭି ପକ୍ଷରୁ ଏକ ପ୍ରୋମ ଭିଡିଓ ପ୍ରସାରଣ କରାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ହକିକୁ ପ୍ରସଂଶା କରିବା ସହିତ ଓଡ଼ିଶାର ଆଦିବାସୀ ପିଲାମାନେ କିପରି ହକି କୁ ଅତ୍ୟଧିକ ଭଲ ପାଇଥାନ୍ତି ତାହା କହିଛନ୍ତି I

Leave a Reply

Your email address will not be published. Required fields are marked *