ଇଣ୍ଟରନେଟ୍ ବନ୍ଦ ର ପ୍ରଭାବ ଭାରତ ଉପରେ ପଡିବ ନାହିଁ

ଆଗାମୀ 48 ଘଣ୍ଟା ରେ କୌଣସି ଇଣ୍ଟରନେଟ ସେବା ବନ୍ଦ ହେଇଯିବ I କୌଣସି ବି ଜାଗାରେ ନେଟୱାର୍କ ଆସିବ ଆସିବ ନାହିଁ ଏପରି ଖବର ଆପଣ ମାନେ ସୋସିଆଲ ମିଡିଆରେ ଦେଖି ଭୟଭୀତ ହେଇଥିବେ ନୀଚେ I କାହିଁକିନା ରୁଷ ରେ ପ୍ରସାରିତ ଏହି ଖବର ଟି ସାରା ଜଗତ ରେ ଚର୍ଚା ହେବାରେ ଲାଗିଛି I ପ୍ରାପ୍ତ ସୂଚନା ଅନୁଯାଇ ଆଇସିଏଏନଏନ ସଂସ୍ଥା ଯାହାକି ୱେବସାଇଟ ଏବଂ ଡୋମେନ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ଡୋମେନ ସର୍ଭର ସହିତ ଓ୍ବେବକୁ ନିୟନ୍ତ୍ରଣ କରିଥାଏ ସେଥିରେ ମେଣ୍ଟେନାନ୍ସ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହେଇପାରେ ବୋଲି ଵିଶେସଜ୍ଞ ମାନେ ଆଶଙ୍କା କରିଥିଲେ I କାହିଁକିନା ମେଣ୍ଟେନାନ୍ସ ସମୟରେ ସମସ୍ତ ସାଇଟ ଗୁଡିକ ଡାଉନ ରହିଥାଏ ଏବଂ କାର୍ଯ୍ୟ କରିନଥାଏ I

ତେବେ ଏହାର ପ୍ରଭାବ ଭାରତ ଉପରେ ପଡ଼ିବନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମାନେ ସ୍ପଷ୍ଟ କରିଛନ୍ତି I ଏହା ଛଡା ଆଇସିଏଏନଏନ ର ମେଣ୍ଟେନାନ୍ସ କାର୍ଯ୍ୟ ଗତ କାଲିଠାରୁ ଆରମ୍ଭ ହେଇସାରିଲାଣି କିନ୍ତୁ କୌଣସି ଜାଗାରେ ଏହାର ପ୍ରଭାବ ପଡ଼ିନାହିଁ ବୋଲି ଆଇସିଏଏନଏନ କର୍ତ୍ତୃପକ୍ଷ କହିଛନ୍ତି I

Leave a Reply

Your email address will not be published. Required fields are marked *