ଡାଇବେଟିସ ବା ମଧୁମେହ ହେବା ପୂର୍ବରୁ ଏହି ସବୁ ସମସ୍ୟା ଆସିଥାଏ ଶରୀର ରେ

ଡାଇବେଟିସ ବା ମଧୁମେହ ଆଜିକା ସମୟରେ ଯୁବ ପିଢିଙ୍କ ପାଇଁ ଏକ ସମସ୍ୟା ହେଇ ଛିଡା ହେଲାଣି I ତେବେ ଡାଇବେଟିସ ହେବା ପୂର୍ବରୁ ଶରୀର ରେ ସୁଗାର ଲେଵେଲ ବଢିବା ପୂର୍ବରୁ କିଛି ସଂକେତ ଆସିଥାଏ ଯାହାକି ଡାଇବେଟିସ ର ପ୍ରଥମ ଅବସ୍ଥା I ଯଦି ଏହି ସବୁ ସମସ୍ୟା ଆପଣ ଙ୍କ ଶରୀର ରେ ହେଉଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ପାଖକୁ ଯାଇ ପରୀକ୍ଷା କରେଇନିଅନ୍ତୁ I
1)ଯଦି ଖାଇ ସାରିବା ପରେ ଭୋକ ଲାଗୁଥାଏ ତେବେ ଏହା ବି ଡାଇବେଟିସ ବା ମଧୁମେହ ର ପ୍ରାଥମିକ ଅବସ୍ଥାର ଏକ କାରଣ ହେଇପାରେ 2)ସକାଳୁ ଉଠିବା ପରେ ଥକା ଲାଗିବା

,ଦିନ ସମୟରେ ବାରମ୍ବାର ଥକା ଲାଗିବi କାହିଁକିନା ସୁଗାର ପରିମାଣ ବଢିଗଲେ ଏହା ଶରୀର ରେ କୋଷିକା ପାଖରେ ଆବଶ୍ୟକ ଶକ୍ତି ପହଞ୍ଚାଇ ପାରିନଥାଏ ଫଳରେ ଦୁର୍ବଳତା ବା ଥକା ଲାଗିଥାଏ I 3)ବାରମ୍ବାର ପରିସ୍ରା ଲଗିବI :ଶରୀର ରେ ସୁଗାର ର ପରିମାଣ ବଢିଗଲେ ଏହା କିଡ଼ନୀ ଉପରେ ପ୍ରଭାବ ପକାଇଥାଏ ଏବଂ ବାରମ୍ବାର ପରିସ୍ରା ଲାଗିଥାଏ I

4)ଯଦି ବାରମ୍ବାର ଶୋଷ ଲାଗୁଚି ଏବଂ ଗଳା ,ମୁଁହ ଶୁଖିଯାଉଛି ତେବେ ଶରୀର ରେ ତରଳ ପରିମାଣ ର ଅଭାବ ହେଇଥାଏ ଏହା ମଧ୍ୟ ଏକ କାରଣ ହେଇପାରେ କାହିଁକିନା ଶରୀର ରେ ସୁଗାର ଲେବେଲ ବଢିଗଲେ ଏପରି ହେଇଥାଏ 5)ଶରୀର ରେ ଗ୍ଲୁକୋଜ ର ପରିମାଣ ବଢିଗଲେ ଏହା କ୍ଷିପ୍ର ବେଗରେ ଓଜନ କମାଇଥାଏ I

ଆପଣ ଯେତେ ପରିମାଣରେ କାଲୋରି ଯୁକ୍ତ ଖାଦ୍ୟ ଖାଆନ୍ତୁ କିଛି ଲାଭ ହେଇନଥାଏ ,ବାରମ୍ବାର ପରିସ୍ରା ହେଇ ଆବଶ୍ୟକ ପୋଷାକ ବାହାରିଯାଇଥାଏ I 6)ସୁଗାର ଲେବେଲ ବଢିଗଲେ ଶରୀର ରେ ଇଷ୍ଟ ଏବଂ ବ୍ୟାକ୍ଟେରିଆ ବଢ଼ିଯାଇଥାଏ ଯାହାର କି ସିଧାସଳଖ ପ୍ରଭାବ ଗୁପ୍ତାଙ୍ଗ ଉପରେ ପଡିଥାଏ I 7) ଶୁଖିଲା ତ୍ୱଚା :

ଶରୀର ରେ ସୁଗାର ପରିମାଣ ବଢିଗଲେ ଏହା ଯୋଗୁଁ ତରଳ ପଦାର୍ଥ ର ଅଭାବ ହେଇଥାଏ ଫଳରେ ମନୁଷ୍ୟର ତ୍ୱଚା ଶୁଷ୍କ ହେଇଯାଇଥାଏ I 8)ଯଦି କୌଣସି ଘା ସୁଖିବାରେ ବହୁତ ସମୟ ଲାଗୁଥାଏ ତେବେ ଏହା ମଧ୍ୟ ସୁଗାର ବୃଦ୍ଧିର ଏକ କାରଣ ,କାହିଁକିନା ସୁଗାର ଲେବେଲ ବଢିଲେ ରକ୍ତ ପ୍ରବାହ ରେ ସମସ୍ୟା ଆସିଥାଏ I ଏହା ସହିତ ବ୍ୟକ୍ତି କୌଣସି କାରଣ ନଥାଇ ଚିଡି ଚିଡ଼ା ହେଇଥାଏ

Leave a Reply

Your email address will not be published. Required fields are marked *