ଧଳା ହେଇଯାଇଥିବା ଦାଢ଼ି ବା ଚୁଟି କୁ ଘରୋଇ ଉପାୟରେ କଳା କରନ୍ତୁ

ଆଜିକାଲି ଯୁବକ ମାନଙ୍କର ଏକ ପ୍ରମୁଖ ସମସ୍ୟା ହେଉଛି କମ ବୟସରେ ଦାଢ଼ି ପାଚିବା ଏବଂ ଚୁଟି ଧଳା ହେଇଯିବI I ଏହା ଦ୍ୱାରା ଅଳ୍ପ ବୟସରେ ଯୁବକ ମାନେ ବୟସ୍କ ଦେଖାଯାଇଥାନ୍ତି I ଫଳରେ ବାଧ୍ୟ ହେ ବଜାରରୁ ବିଭିର୍ଣ୍ଣ ପ୍ରକାର ରାସାୟନିକ ରଙ୍ଗର ବ୍ୟବହାର କରିଥାନ୍ତି ,କିନ୍ତୁ ଏହି ରାସାୟନିକ ରଙ୍ଗ ର ବ୍ୟବହାର ଦ୍ୱାରା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ I ଚୁଟି କୁ କଳା ରଖିବାରେ ଆମ ଶରୀର ରେ ଅନେକ ଗୁଡିଏ କୋଷ ଏକାଠି ମିଶି କାମ କରିଥାନ୍ତି କିନ୍ତୁ ଆଜିକା ବ୍ୟସ୍ତ ବହୁଳ ସମୟରେ ଠିକ ସମୟରେ ଖାଦ୍ୟ/ପାନୀୟ ଗ୍ରହଣ ନକରିବା ,ବାହାରୁ ଖାଉଥିବା ବିଭିର୍ଣ୍ଣ ପ୍ରକାର ଖାଦ୍ୟରେ ମିଶୁଥିବା ଭେଜାଲ

ଏବଂ ଅତ୍ୟଧିକ ଖରାରେ ବୁଲିବା ,ଚିନ୍ତାଗ୍ରସ୍ତ ହେବା ବା ଶରୀର କୁ ଆବଶ୍ୟକ ପୋଷକ ନ ମିଳିବା ହେତୁ ଶରୀରକୁ ଆବଶ୍ୟକ ମେଲେନିନ କମ ହେଇଥାଏ ଫଳରେ ପ୍ରଥମ ଅବସ୍ଥାରେ ଚୁଟି ବା ଦାଢ଼ି ଶୁଷ୍କ ହେଇଯାଇଥଏ ଏବଂ ପରେ ଧୂସର ହେଇ ପାଚିଯାଇଥାଏ I ତେବେ ଏହାକୁ ଆମେ ଘରୋଇ ଉପାୟରେ ସବୁଦିନ ପାଇଁ ଦୂର କରିପାରିବା I ଦୁଇଟି ମଧ୍ୟମ ଧରଣର ଆଳୁ ନିଅନ୍ତୁ

, ଏହାକୁ ଭଲ ଭାବରେ ଧୋଇ ପରିସ୍କାର କରିଦିଅନ୍ତୁ ଏବଂ ଅଳୁରୁ ଚୋପା ବାହାରକରି ,ଚୋପାକୁ ଦୁଇକପ ପାଣିରେ ଭଲ ଭାବରେ ଗରମ କରନ୍ତୁ I ଏକ କପ ପାଣି ହେବା ଯାଏଁ ଏହାକୁ ଭଲଭାବରେ ଗରମ କରନ୍ତୁ ଏବଂ ଏହାକୁ ଛାଣି ,ଥଣ୍ଡା କରି ଏଥିରେ ଆଲୋଏଭେରା ର ରସ/ଜଳ ଦୁଇ ରୁ ତିନି ଚାମଚ ମିଶାନ୍ତୁ I

ଏହାକୁ ଏକ ପ୍ଲାଷ୍ଟିକ ବତଲ ବା ପାତ୍ର ରେ ରଖିଦିଅନ୍ତୁ I ଯେଉଁ ଜାଗାରେ ଆପଣଙ୍କ ଦାଢ଼ି ବା ଚୁଟି ପାଚିଛି ସେହି ଜାଗାରେ ଏହି ମିଶ୍ରଣ ରୁ କିଛି ନେଇ ଏକ ତୁଳା ବା କପଡା ରେ ଲଗାନ୍ତୁ Iଏହାକୁ ନିୟମିତ ଲଗାଇବା ଦ୍ୱାରା ଖୁବ ଅଳ୍ପ ସମୟ ମଧ୍ୟରେ ଆପଣ ଏହାର ଉପକାରିତା ଜାଣିପାରିବେ I ଧଳା ହେଇଯାଇଥିବା ଦାଢ଼ି ବା ଚୁଟି ପୁଣି ଥରେ କଳା ହେଇଯାଇଥାଏ I

Leave a Reply

Your email address will not be published. Required fields are marked *