ପୁଣି ଶୀର୍ଷ ସ୍ଥାନ ଅଧିକାର କଲେ ନବୀନ ଇଣ୍ଡିଆ ଟୁଡ଼େ ର ସର୍ଭେ ରେ

ଆଦର୍ଶ ମୁଖ୍ୟମନ୍ତ୍ରୀ ,ଶ୍ରେଷ୍ଠ ପ୍ରଶାସକ ପରେ ପୁଣି ଥରେ ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହାସଲ କରିନେଇଛନ୍ତି ନବୀନ ପଟ୍ଟନାୟକ I ଯଦି ବର୍ତମାନ ନିର୍ବାଚନ ହୁଏ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ସର୍ଭେ କରାଯାଇଥିଲା ଯେଉଁଥିରେ କି ଓଡ଼ିଶାର ସର୍ବାଧିକ 59% ଲୋକେ ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ପସନ୍ଦ କରିଥିଲେ I 23 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ଏକ ସର୍ଭେ ‘ଇଣ୍ଡିଆ ଟୁଡେ’ ପତ୍ରିକା କରିଥିଲା ଯେଉଁଥିରେ କି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମଣିପୁରର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ତୃତୀୟ ସ୍ଥାନରେ , ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଚତୁର୍ଥରେ ଥିବା ବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ପଞ୍ଚମ ସ୍ଥାନରେ ଅଛନ୍ତି I ତେବେ ଇଣ୍ଡିଆ ଟୁଡ଼େ ର ଏହି ସର୍ଭେ କୁ ନେଇ ନବୀନ ଙ୍କ ଅନୁଗତମାନଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି I

Leave a Reply

Your email address will not be published. Required fields are marked *