ବିଜେଡି ମନ୍ତ୍ରୀ ଏବଂ ସାଂସଦ ଙ୍କ ସଭାରେ ହଜାର ହଜାର ସମର୍ଥକ ଙ୍କ ସହିତ ଧସେଇ ପଶି କଟାକ୍ଷ କରି ଭାଷଣ ଦେଲେ

ଦାମ ଙ୍କ ବହିଷ୍କାର ପରେ କଳେବଳେ କୋୖଶଳେ ଦାମ ଙ୍କୁ ନିଷ୍ପ୍ରଭ କରାଇଦେବାକୁ ଚେଷ୍ଟା ହେଉଥିଲେ ମଧ୍ୟ ସବୁବେଳେ ବିପକ୍ଷଙ୍କୁ ମାତ୍ ଦେବାରେ ଦାମ ଧୂରନ୍ଦର I ଯେଉଁମାନେ ବି ତାଙ୍କ ବିପକ୍ଷରେ କହିଛନ୍ତି ସେଇମାନଙ୍କ ଗଡରେ ଧସେଇ ପଶି ସଭା କରିଛନ୍ତି ଦାମ I ମାହାଙ୍ଗା ,ନିମାପଡା ,ଖୋର୍ଦ୍ଧା ର ଟାଙ୍ଗି ଏବଂ ଢେଙ୍କାନାଳ ରେ ଦାମ ଙ୍କୁ ବିପୁଳ ସମର୍ଥନ ମିଳିଥିଲା I ତେବେ ଗତକାଲି ଶନିବାର ରେ ଦେଖିବାକୁ ମିଳିଥିଲା ଏକ ଚକିତ କର ଘଟଣା I ଦାମ ଙ୍କ ନିର୍ବାଚନ ମଣ୍ଡଳୀ କୁଜଙ୍ଗଠାରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଯେଉଁଥିରେ କି ବିଡ଼ିଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ, ସାଂସଦ ଡାକ୍ତର କୁଳମଣି ସାମଲ ,ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଖାଦ୍ୟସୁରକ୍ଷା ଯୋଜନାର କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିଲା I

ଏଥିରେ ବିଧାୟକ ଙ୍କ ନାମ ନଥିଲା ତେବେ ଏହା କୁଜଙ୍ଗ ରେ ଆୟୋଜିତ ହେଉଥିବାରୁ ଦିନକ ପୂର୍ବରୁ ଅର୍ଥାତ ଶୁକ୍ରବାର ଦିନ ଅନାଉନସ କରାଗଲା କି ଦାମ ଯୋଗ ଦେବେ I ତେବେ ଗତ କାଲି ନିର୍ଧାରିତ ସମୟ ରେ କାର୍ଯ୍ୟକ୍ରମ ଆରମ୍ଭ ନହେଇ ୧୨ଟାରେ ଆରମ୍ଭ କରାଯାଇଥିଲା I ସେପର୍ଯ୍ୟନ୍ତ ବିଧାୟକ ଦାମ ବାବୁ ଆସିନଥିଲେ I

ତେଣୁ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ଏବଂ ସାଂସଦ କୁଳମଣି ସାମଲ ,ବିଡିଓ ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ କରାଯାଇଥିଲା I ଏହି ସମୟରେ ହଠାତ ନିଜର ହଜାର ହଜାର ସମର୍ଥକ ମାନଙ୍କ ସହିତ ସଭା ଭିତରକୁ ପଶିଥିଲେ ଦାମ Iଦାମ ପ୍ରବେଶ କରୁ କରୁ ସ୍ଲୋଗାନ ଏବଂ ନାରାବାଜି ରେ ମଂଚ ପ୍ରକମ୍ପିତ ହେଇଥିଲା I

ଦାମ ବାବୁ ଜିନ୍ଦାବାଦ ,ଆମର ନେତା ଦାମ ବାବୁ ସ୍ୱର ରେ ସାରା ପରିବେଶ ଫାଟିପଡୁଥିଲା I ସମର୍ଥକ ମାନେ ଏକ ବିଶାଳ ଫୁଲମାଳ ଆଣି ଦାମ ଙ୍କ ବେକରେ ପକାଇ ପାଛୋଟି ନେଇଥିଲେ ,ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଫୁଲ ସାମଲ,ଏବଂ ସାଂସଦ କୁଳମଣି ସାମଲ ଙ୍କୁ କେହି ଆଡ ଆଖିରେ ଅନେଇ ନଥିଲେ କି ଫୁଲତୋଡ଼ା ଦେଇ ସ୍ୱାଗତ କରିନଥିଲେ I ଦାମ ନିଜର ଭାଷଣ ରଖିବା ସହିତ ଉଭୟ ସାଂସଦ ଏବଂ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ I

ଏବଂ କହିଥିଲେ କି ସାଂସଦ କୁଳମଣି ଆଉ ଥରେ ସାଂସଦ ହେଇପାରିବେ କି ନା ତାହା ସମୟ କହିବ I ହିତାଦି କାରୀଙ୍କୁ କାର୍ଡ ବଣ୍ଟାଯାଇଥିଲା ଏବଂ ଶେଷରେ ସଭା ଅଳ୍ପ ସମୟଥିବା ବେଳେ ଦାମ ନିଜ ସମର୍ଥକ ମାନଙ୍କ ସହିତ ବାହାରକୁ ଚାଲିଯାଇଥିଲେ I ପରିସ୍ଥିତି ର ଜଟିଳତା କୁ ଉପଲବ୍ଧ କରି ପୋଲିସ ତରଫରୁ ଆବଶ୍ୟକ ଫୋର୍ସ ମୃତୟନ କରାଯାଇଥିଲା I

Leave a Reply

Your email address will not be published. Required fields are marked *