ଆଜି ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ,72 ବର୍ଷରେ ପଦାର୍ପଣ କଲେ ନବୀନ କିନ୍ତୁ ଜନ୍ମଦିନକୁ ପାଳିବେନି,

2000 ମସିହାଠାରୁ ଲଗାତାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସମର୍ଥନ ଏବଂ ଭଲପାଇବା ପାଇଆସୁଥିବା ମୁଖ୍ୟମନ୍ତ୍ରୀ ଙ୍କ ଆଜି ଜନ୍ମ ଦିନ I 16 ଅକ୍ଟୋବର 1946 ରେ ଓଡ଼ିଶାର ଗର୍ବ ସ୍ବର୍ଗତ ବିଜୁ ପଟନାୟକ ଙ୍କ ସାନ ପୁଅ ଭାବରେ ଜନ୍ମ ନେଇଥିଲେ ନବୀନ I ରାଜନୀତିର ର ଅକ୍ଷର ଜାଣିନଥିବା ନବୀନ ଲଗାତାର 18 ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ମଙ୍ଗ ଧରି ସାରା ଭାରତରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି I ଅନେକ ସମୟରେ ବିରୋଧୀ ଙ୍କ ତିରସ୍କାର ସତ୍ୱେ ଏହା ମାନିନେବାକୁ ହେବ ଯେ ନବୀନ ଙ୍କ ଲୋକପ୍ରିୟତା ଆଜି ବି ସେମିତି ଅଛି ଲୋକଙ୍କ ପାଖରେ I

ଅବଶ୍ୟ ପୂର୍ବର ସେ ଚେହେରା କିଛି ପରିମାଣରେ ମଳିନ ପଡିଯାଇ ଦୁର୍ନୀତି ର ଛିଟା ପଡିଛି ,କିନ୍ତୁ ଏହା ସିଧାସଳଖ ନବୀନ ଙ୍କ ଉପରେ ନପଡ଼ି ତାଙ୍କ ମନ୍ତ୍ରୀ ମାନଙ୍କ ଉପରେ ପଡିଛି I ନିକଟ ଅତୀତ ରେ ଶ୍ରେଷ୍ଠ ପ୍ରସାଶକ ,ଆଦର୍ଶ ମୁଖ୍ୟମନ୍ତ୍ରୀ ଭଳି ପୁରସ୍କାର ସାଉଁଟି ପାରିଛନ୍ତି ନବୀନ I ଆଜି ତାଙ୍କ ଜନ୍ମ ଦିନରେ ଅଭିନନ୍ଦନ I

କିନ୍ତୁ ଆଜିର ଜନ୍ମ ଦିନଟିକୁ ମୁଖ୍ୟମନ୍ତ୍ରୀ ପାଳନ କରିବେ ନାହିଁ ଯେହେତୁ ବାତ୍ୟା ‘ତିତଲି’ଅନେକ ଲୋକଙ୍କ କ୍ଷୟକ୍ଷତି କରି ଚାଲିଯାଇଛି ସେହି ଦୃଷ୍ଟିରୁ ସେ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ଗତକାଲି ଜଣାଇଦେଇଥିଲେ I

Leave a Reply

Your email address will not be published. Required fields are marked *