ଓଡିଶା ଛୁଇଁଲା ” ମି ଠୁ” ଝଡ ଦୋହଲାଇ ଦେଇପାରେ ଓଡ଼ିଆ ସିନେ ଜଗତକୁ

ଓଡ଼ିଆ ନାୟିକା ଏଲି ଙ୍କୁ କରାଯାଇଥିଲା ଅଶ୍ଳୀଳ ଇଙ୍ଗିତ
ବଲିଯୁଡ଼ ରେ ଏବେ #metoo ଝଡ଼ ପ୍ରବଳ ବେଗରେ ବହିବାରେ ଲାଗିଛି I ଏହା ହେଉଛି ଏକ ଜନ ଆନ୍ଦୋଳନ ଯାହାକି ମହିଳାମାନଙ୍କ ଉପରେ ଯେଉଁ ଅସଦାଚରଣ ଓ ଯୌନ ଶୋଷଣ , କାଷ୍ଟିଂ କାଉଚ୍ ହେଇଥାଏ ତାକୁ ନେଇ ଲଢେଇ ଯାହାକି ଏବେ ହିନ୍ଦୀ ସିନେ ଜଗତରେ ଜୋରଦାର ଅଭିଯାନ ଆରମ୍ଭ ହେଇଚି I

ଏହି ଅଭିଯାନ କୁ ନିର୍ଯାତିତ ହେଇଥିବା ମହିଳା ମାନେ ସୋସିଆଲ ମିଡିଆରେ #MeToo ଲେଖି ପ୍ରତିବାଦ ଜଣାଉଛନ୍ତି ଅର୍ଥାତ ମୁଁ ବି ଏହି ଶୋଷଣ ର ଶିକାର ହେଇଥିଲି Iଏଥିରେ ବହୁ ନାମିଦାମୀ କଳାକାର ମଧ୍ୟ ସାମିଲ ହେଇଛନ୍ତି ଏବଂ ହିନ୍ଦୀ ସିନେ ଜଗତର ଆଗ ଧାଡ଼ିର କଳାକାର ମାନଙ୍କ ନାମରେ ଏହି ମି ଠୁ ର ଦାଗ ଲାଗି ସାରିଲାଣି I କେବଳ ନାନା ପାଟେକର,କୈଳାଶ ଖେର ଙ୍କ ନାମରେ ନୁହେଁ, ଏହା ର ତାଣ୍ଡବ ରେ ଅନେକ ନାମୀ ଦାମୀ କଳାକାର ମାନେ ଏବେ ଧରାଶାୟୀ ହେବାକୁ ଯାଉଛନ୍ତି I ତେବେ ହଠାତ ଏହା ଓଡିଶା ମୁଁହା ହେଇଚି I

ଓଡ଼ିଆ ଗାୟିକା ସୋନା କୈଳାଶ ଖେର ଙ୍କ ନାମରେ ଅଭିଯୋଗ କରିବା ପରେ ଏବେ ଓଡ଼ିଆ ସିନେ ଜଗତର ଜଣେ ନାମକରା ନାୟିକା ମୁଁହ ଖୋଲିଛନ୍ତି I ନାୟିକା ଜଣଙ୍କ ହେଲେ ଏଲି ପାଢ଼ୀ I ଓଡ଼ିଆ ଟେଲି ଜଗତରେ ସେ ବେସ ଜଣାଶୁଣା ,କିଛି ଚଳଚିତ୍ର ରେ ମଧ୍ୟ କରିଛନ୍ତି ,ଏବଂ ତରଙ୍ଗ ମ୍ୟୁଜିକ ର କିଏ ଜିତେ କିଏ ହାରେ ପ୍ରୋଗ୍ରାମ ର ସେ ସବୁଠୁ ଲୋକପ୍ରିୟ ଆଙ୍କର I ତେବେ ଏହି ନାୟିକା ମି ଠୁ ରେ ସାମିଲ ହେଇ ଜଣେ ପ୍ରଯୋଜକ ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି I ପ୍ରଯୋଜକ ଜଣଙ୍କ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଦ୍ବି ଅର୍ଥ ବୋଧକ ସବ୍ଧ କହୁଥିଲେ ସେଥିପାଇଁ ସେ ଦୁଇଟି ଚଳଚିତ୍ର ଛାଡିଥିଲେ I ଏବେ ଦେଖିବାର ଅଛି ଏଲି ଙ୍କ ପରେ ଏହା କେଉଁଆଡେ ଗତି କରୁଛି I

Leave a Reply

Your email address will not be published. Required fields are marked *