ଏହି 12 ଟି କାମ କରିବା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ,ଦରିଦ୍ର ହେଇ ଅତ୍ୟନ୍ତ ଦୁଃଖ ପାଇଥାଏ ମଣିଷ

ମଣିଷ ର ଭାଗ୍ୟ କେତେବେଳେ ବଦଳେ କହିହୁଏନି ,କିନ୍ତୁ ତା ନିଜ କର୍ମ ବି ବେଳେବେଳେ ତାକୁ ଦରିଦ୍ର ସଜାଇ ଦେଇଥାଏ I ଏମିତି କିଛି କାମ କରିବା ଦ୍ୱାରା ବ୍ୟକ୍ତି ପାଖରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି I 1)ଗୁରୁବାର ରେ ଆମିଷ ଖାଇବା ,ତୁଳା ଭିଣିବା,ଲାଉ ସହିତ ଆମିଷ ଭୋଜନ କରିବା ,ଖଇ ଭାଜିବା ଅତ୍ୟନ୍ତ ଅଶୁଭ ଅଟେ ,ଏସବୁ ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂ ଘରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି I2) ରାତିରେ ଦହି ଏବଂ ଆମିଷ ସହିତ ପିତା ଏକତ୍ର ଖାଇବା ଅଶୁଭ ଅଟେ I 3) ଖାଇବା ସମୟରେ ଅସୁର ଙ୍କ ପରି ଖାଦ୍ୟ ଗ୍ରହଣ କରିବା ,ତଳେ ପକାଇ ନଷ୍ଟ କରିବା ଅତ୍ୟନ୍ତ ଖରାପ ଅଟେ I 4)ଅମାବାସ୍ୟା,ସଂକ୍ରାନ୍ତି ରେ ଆମିଷ ଖାଇବା ,ତେଲ ଲଗାଇବା ଏବଂ ହଳ କରିବା ଏବଂ ସମ୍ଭୋଗ କରିବା ଦ୍ୱାରା ଲୋକ ଦରିଦ୍ର ହେଇଥାଏ I

5) ରାତ୍ରି ସମୟରେ ସମ୍ପୂର୍ଣ୍ଣ ଉଲଗ୍ଣ ହେଇ ଶୋଇବା ମଧ୍ୟ ଖରାପ ଅଟେ 6)ସକାଳେ ଏବଂ ସନ୍ଧ୍ୟାରେ ଶୋଇବା ,ସକାଳେ ନିଦରୁ ଉଠି ମୁଂହ ନ ଧୋଇବା ଅତ୍ୟନ୍ତ ଖରାପ ଅଟେ I 7)ୠତୁମତୀ ନାରୀକୁ ସମ୍ଭୋଗ କରିବା ମଧ୍ୟ ଏକ ଖରାପ କଥା I 8)ପିତୃ ପୁରୁଷ ଙ୍କୁ ପିଣ୍ଡ ବା ଶ୍ରଦ୍ଧା ନଦେବା 9)

ବିନା ଆସନରେ ଖାଦ୍ୟ ଗ୍ରହଣ କରିବା ,ଅନ୍ଧାର ଘରେ ଭୋଜନ କରିବା ,10)ସ୍ତ୍ରୀ ଲୋକମାନେ ପିନ୍ଧିଥିବା ଶାଢୀରେ ବିଞ୍ଚି ହେବା ,ନଖରେ ଭୂମି ଉପରେ ଗାର ଟାଣିବା I 11)ଗାଧେଇ ସାରିବା ପରେ ତେଲ ଲଗାଇବା ,ଠାକୁର ଙ୍କୁ ପୂଜା ନକରିବା 12)ଗୁରୁଜନ ମାନଙ୍କୁ ଭକ୍ତି ନକରି ଅପମାନ ଦେବା I

ଏସବୁ ଯେଉଁମାନେ କରନ୍ତି ସେହି ଘରୁ ବା ଲୋକଙ୍କ ଠାରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ଏବଂ ସେହି ଲୋକ ଗରିବ ହେଇ ଅତ୍ୟନ୍ତ ଦୁଃଖରେ କାଳାତିପାତ କରିଥାଏ I ତେଣୁ ଏସବୁ କାର୍ଯ୍ୟ ଭୁଲ ରେ ବି କରନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *