ବୈଷ୍ଣୋଦେବୀ ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା ,ଏକା ସାଙ୍ଗରେ ଚାଲିଗଲେ 10 ଜଣ ଭକ୍ତ

ଗତକାଲି ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ମର୍ମନ୍ତୁଦ ଘଟଣା ଘଟିଯାଇଛି I ତୀର୍ଥ ଯାତ୍ରା କରିବାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରୁ ରାତ୍ରିରେ ଏକ ଟ୍ରକ ଧକା ରେ 10 ଜଣ ଆରପାରିକି ଚାଲିଯାଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ଛତିଶଗଡ଼ରୁ ଗଜପତି ର ବୈଷ୍ଣୋଦେବୀ ମନ୍ଦିରର ମା ଦୁର୍ଗାପୂଜା ଦେଖିବାକୁ ଭକ୍ତ ମାନେ ଧାଇଁ ଆସିଥିଲେ I ଭକ୍ତ ମାନେ ମା ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବିଳମ୍ବିତ ରାତ୍ରିରେ ସମସ୍ତେ ବୋଲର ରେ ସୋଇପଡ଼ିଥିଲେ ଏକୁଟିଆ ଡ୍ରାଇଭର ଗାଡି ଚଳାଉଥିଲା I

କିନ୍ତୁ ସେହି ନିଦ୍ରା ତାଙ୍କ ଜୀବନର ଶେଷ ନିଦ୍ରା ପାଲଟିଗଲା I ନୂଆପଡ଼ା ଜଲ୍ଲାର ସିଲିଦା ଗାଁ ପାଖାପାଖି ଜାତୀୟ ରାଜପଥ ୩୫ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ବୋଲର ଉପରେ ଚଢ଼ି ଯାଇଥିଲା I

ଘଟଣା ସ୍ଥଳରେ 10ଜଣଙ୍କ ର ମୃତ୍ୟୁ ହେଇଥିଲା I ମୃତକ ମାନଙ୍କ ମଧ୍ୟରେ ତିନିଜଣ ଛୋଟପିଲା ,ଜଣେ ମହିଳା ଏବଂ ୬ ଜଣ ପୁରୁଷ ଅଟନ୍ତି I ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିବା ସହିତ ଶବ ଗୁଡିକ ଜବତ କରିଛି I ଘଟଣାଟି ସାରା ଅଂଚଳ ରେ ଚର୍ଚା ରହିଛି I

Leave a Reply

Your email address will not be published. Required fields are marked *