ପସନ୍ଦର ରଙ୍ଗ କହିବ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ

ବିଭିର୍ଣ୍ଣ ଲୋକଙ୍କୁ ବିଭିର୍ଣ୍ଣ ପ୍ରକାର ରଙ୍ଗ ପସନ୍ଦ ହେଇଥାଏ I କାହାକୁ ଲାଲ ତ କାହାକୁ ଧଳା ,କାହାକୁ ବାଦାମୀ I ବେଳେ ବେଳେ ଅନେକ ଭାବିଥାନ୍ତି କି ସମସ୍ତଙ୍କର ଗୋଟିଏ ପ୍ରକାର ରଙ୍ଗ କାହିଁକି ପସନ୍ଦ ହେଇନଥାଏ ? ତେବେ ବ୍ୟକ୍ତିର ପସନ୍ଦ ଥିବା ରଙ୍ଗ ରୁ ତା ବ୍ୟକ୍ତିତ୍ୱ ଜଣାପଡ଼ିଥାଏ I ଆଜି ଚାଲନ୍ତୁ ଜାଣିବା କେଉଁ ରଙ୍ଗରୁ ବ୍ୟକ୍ତି ର ବ୍ୟକ୍ତିର ବ୍ୟକ୍ତିତ୍ୱ କିପରି ହୋଇଥାଏ I ଧଳା :ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ସ୍ଵଭାଵ ରେ ଶାନ୍ତ ,ଭଦ୍ର ,ବୁଦ୍ଧିମାନ ଏବଂ ମେଳାପୀ ଏମାନେ ନିଜେ ଦୁଃଖରେ ଥାଇ ଅନ୍ୟକୁ ଖୁଶି ଦେଇଥାନ୍ତି I

କଳା ;ଏମାନେ ସରଳ ବିଶ୍ୱାସୀ ଏବଂ ଈଶ୍ୱର ଙ୍କ ଉପରେ ନିଷ୍ଠା ରଖିଥାନ୍ତି I ଆଧ୍ୟାତ୍ମିକ ଅଟନ୍ତି ,ଅଧିକାଂଶ ସମୟ ଏମାନଙ୍କୁ ଦୁଃଖରେ ରହିବାକୁ ପଡିଥାଏ I ଲାଲ :ଏମାନେ ଭାରି ଖୁଶି ମିଜାଜ ର I ନିଜ ଦୁଃଖକୁ ଅନ୍ୟକୁ କୌଣସି ପରିସ୍ଥିତି ରେ ବି କହିନଥାନ୍ତି I ସମାଜରେ ଏମାନଙ୍କର ବହୁତ ସନମାନ ହେଇଥାଏ I ନୀଳ :-ଏମାନେ ଅଧର୍ଯ୍ୟ ସ୍ଵଭାଵ ର ଅଟନ୍ତି ,ସୁଖରେ ଅଧିକ ସୁଖୀ ଏବଂ ଦୁଃଖ ସମୟରେ ଭାଙ୍ଗି ପଡନ୍ତି I ଏମାନେ ସ୍ଵଭାଵ ରେ ଟିକେ କପଟୀ I ସବୁଜ :ଏମାନେ ଧାର୍ମିକ ଏବଂ ତ୍ୟାଗୀ ସ୍ୱଭାବର I

କୌଣସି କଥାରେ ଅଧିକ ଆଶା କରନ୍ତି ନାହିଁ ,ଯେତିକି ମିଳେ ଈଶ୍ୱର ଙ୍କ ବରଦାନ ଭାବି ଖୁଶି ହୁଅନ୍ତି I ହଳଦିଆ ;ଏମାନେ ଶାନ୍ତ ସ୍ୱଭାବର ବୁଦ୍ଧିମାନ ଏବଂ ଉଞ୍ଚ ଆଶା ରଖିଥିବା ବ୍ୟକ୍ତି ଅଟନ୍ତି I ନିଜ ବୁଦ୍ଧିରେ କାର୍ଯ୍ୟ କରନ୍ତି ଏବଂ ସଫଳତା ମଧ୍ୟ ପାଇଥାନ୍ତି I ବାଇଗଣୀ :ଏମାନେ ଭାରି ଜିଦଖୋର ,ପ୍ରତ୍ୟକ କାମକୁ ହାତେ ମାପି ଚାଖଣ୍ଡେ ଚାଲନ୍ତି I ଏବଂ ଲାଭ କ୍ଷତି ର ହିସାବ ସର୍ବଦା କରିଥାନ୍ତି I ଥରେ ଯାହା କହନ୍ତି ତାକୁ କାମରେ କରି ଦେଖାନ୍ତି I

କମଳା :ଏମାନେ ଖୁଶି ମିଜାଜ ର ଲୋକ,ସର୍ବଦା ନିଜ ଘରୋଇ ଜଂଜାଳ ରେ ବୁଡି ରହିବାକୁ ପସନ୍ଦ କରନ୍ତି I ଏମାନଙ୍କ ଜୀବନ ଖୁଶିରେ କଟିଥାଏ I ଖଇରିଆ ,ପାଉଁଶିଆ ,ହାଲକା ସବୁଜ ,ଗୋଲାପୀ ,ଏବଂ ଆକାଶିଆ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଙ୍କ ବିଷୟରେ ପରବର୍ତୀ ସଂସ୍କରଣ ରେ ପ୍ରକାଶ କରାଯିବ I

Leave a Reply

Your email address will not be published. Required fields are marked *