ଐତିହାସିକ ଭୁବନ ବଳଦଯାତ୍ରାରେ ଗୋଷ୍ଟି ବିବାଦ ,ଢେଲା ମାରି ପୋଲିସ ଏସଆଇ ଙ୍କ ମୁଣ୍ଡ ଫଟାଇଦେଲେ I

ଗତକାଲି ଭୁବନ ର ଭସାଣି ଥିବାବେଳେ ,ଭସାଣି ସମୟରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ବିବାଦ ଲାଗିରହିଛି I ଢେଙ୍କାନାଳ ର ପ୍ରସିଧ ଭୁବନ ଦୁର୍ଗା ମା ଙ୍କ ଭସାଣି ଏବଂ ବଳଦଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ ଲାଗି ଗଣ୍ଡଗୋଳ ହେବା ଫଳରେ ପରିସ୍ଥିତି ଅଣାୟତ୍ତ ହେଇଯାଇଥିଲା I କୌଣସି କାରଣକୁ ଚିନ୍ନରା ପୋଖରୀ ଦଳିତସାହି ଏବଂ ନାୟକ ସାହି ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେଇଥିଲା ଚିନ୍ନରା ସାହିର ଜଣେ କେହି ନାୟକ ସାହି ର ଜଣେ ସଦସ୍ୟ ଙ୍କ ବେକ କୁ ଏକ ବ୍ଲେଡ ରେ ଆକ୍ରମଣ କରିବା କାରଣ ରୁ ଶେଷରେ ଏହା ଉଗ୍ର ରୂପ ନେଇଥିଲା କିନ୍ତୁ ପୋଲିସ ପ୍ରଶାସନ ର ହସ୍ତକ୍ଷେପ ପରେ ପରିସ୍ଥିତି ଆୟତ୍ତ ହେଇଥିଲା ,ତେବେ ପୁଣି ଥରେ
ଅରାସାହି ବଳଦ କମିଟି ଏବଂ ଦଳିତ ସାହି ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ପଥରମାଡ ଏବଂ ଢେଲା ମାଡ଼ରେ ପରିଣତ ହେଇଥିଲା I ଦଳିତ ସାହିରେ ବିପକ୍ଷ ଗୋଷ୍ଠୀର କେହି ଜଣେ ନିଆଁ ଲଗାଇ ଦେବା ଫଳରେ ସାହିରେ ଜଣେ ବ୍ୟକ୍ତିଙ୍କର ଘର ହୁତୁହୁତୁ ହେଇ ଜଳିଥିଲା ,ଦମକଳ ଆସି ନିଆଁ କୁ କାବୁ କରିଥିଲା I ଉଭୟ ପକ୍ଷ ପରସ୍ପର କୁ ଢେଲା ପଥର ମାଡ କରିବାରେ କର୍ତବ୍ୟରତ ପୋଲିସ ଏସ୍‌ଆଇଙ୍କ ମୁଣ୍ଡ ଫାଟିଯାଇଛି ଏବଂ ଅନ୍ୟ ୬ଜଣ ମଧ୍ୟ ଗୁରୁତର ଆହତ ହେଇଛନ୍ତି I ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ତରଫରୁ ଲାଠି ଚାଳନା କରାଯାଇଥିଲା I ପୋଲିସ ଲାଠି ଚାଳନା ରେ ଜଣେ ବ୍ୟକ୍ତିଗୁରୁତର ହେଇଛନ୍ତି I ତେବେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ର ଦାୟିତ୍ବହୀନତା ପାଇଁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିବା ମତ ରଖିଛନ୍ତି I

Leave a Reply

Your email address will not be published. Required fields are marked *