ଭୁବନେଶ୍ୱର ରେ ଆଉ ଛାତ ଉପରେ ଲଗେଇ ପାରିବେନି ହୋଡିଂ

ରାଜଧାନୀ ର ସୁରକ୍ଷା ଓ ସୌନ୍ଦର୍ଯ୍ୟ କୁ ଦୃଷ୍ଟି ରେ ରଖି ବି ଏମ୍ ସି ନେଇଛି ଏହିପରି ନିଷ୍ପତି। ରାଜଧାନୀ ର କେତେକ ପ୍ରମୁଖ ରାସ୍ତା ଯେପରି କି କଟକ ରୋଡ,ଜନପଥ ରୋଡ଼, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ୍ ମାର୍ଗ ରେ ଥିବା ଘର ଗୁଡ଼ିକ ର ଛାତ ଉପରେ ଆଉ ଲାଗି ପାରିବ ନାହିଁ ହୋଡ଼ିଂ ବୋର୍ଡ।

ଏହି ରାସ୍ତା ଗୁଡ଼ିକ ର ପାର୍ଶ୍ଵ ରେ ଥିବା ଘର ଗୁଡ଼ିକୁ ନିଜ ଛାତ ଉପରୁ ଥିବା ହୋଡ଼ିଂ କୁ ଯଥା ଶୀଘ୍ର ହଟାଇବାକୁ ସତର୍କ କରାଇଛନ୍ତି ବି ଏମ୍ ସି। ଯଦି କୌଣସି ବ୍ୟକ୍ତି ନିଜେ ଏହି ହୋଡିଂ କୁ ନ ହଟାନ୍ତି ତେବେ ବି ଏମ୍ ସି ର ଏକ ଟିମ୍ ଆସି ଗ୍ୟାସ୍ କଟର ସାହାଯ୍ୟ ରେ ସେହି ହୋଡିଂ କୁ କାଟି ସେହି ଛାତ ଉପରେ ଥୋଇ ଦେଇ ଯିବେ ବୋଲି କୁହା ଯାଇଛି।

ଏହା ସହ ଯେଉଁ ବି ବିଜ୍ଞାପନ ସଂସ୍ଥା ସେମାନଙ୍କୁ ବିଜ୍ଞାପନ ଦେଇଥିବ ସେହି ସଂସ୍ଥା ର ମୁଖ୍ୟାଳୟ କୁ ନୋଟିସ କରାଯିବ।

ଏହା ସହ ସହ ଯେବେ ଠାରୁ ସେମାନେ ବୋର୍ଡ଼ ଲଗାଇଥିଲେ ସେବେଠୁ ହିସାବ ରେ ସେମାନଙ୍କ ଠୁ ଟିକସ ଆଦାୟ କରାଯିବ।

Leave a Reply

Your email address will not be published. Required fields are marked *