ସୁନ୍ଦରୀ ପାଟିରେ ରକ୍ତ ,ମଣିଷ ପରେ ପୁଣି ବଳଦ ଶିକାର

ବାଘୁଣୀ ସୁନ୍ଦରୀ କୁ ନେଇ ବଢୁଛି ଅସନ୍ତୋଷ Iଦିନକୁ ଦିନ ହିଂସ୍ର ହେଇ ଶିକାର କରିଚାଲିଥିଲେ ମଧ୍ୟ ବିଭାଗୀୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ଗତକାଲି ଜଣେ ବ୍ୟକ୍ତିଙ୍କୁ ନିଜ ଶିକାର କରି ମାରିଥିଲା ସୁନ୍ଦରୀ I ସୁନ୍ଦରୀ ର ମଣିଷ ଶିକାର କୁ ନେଇ ସ୍ଥାନୀୟ ଜନସାଧାରଣ ଉତ୍ୟକ୍ତ ହେଇ ତୁରନ୍ତ ଏହାକୁ ସ୍ଥାନାନ୍ତର କରିବା ପାଇଁ ଅଡ଼ି ବସିଥିଲେ,ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ କିନ୍ତୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି

I ତେବେ ୟା ମଧ୍ୟରେ ପୁଣି ଜଙ୍ଗଲ ରେ ପଶି ନିକଟସ୍ଥ ଗ୍ରାମରୁ ଗତକାଲି ରାତିରେ ଏକ ବଳଦ ମାରି ଖାଇଛି ସୁନ୍ଦରୀ I ତେବେ ଆଜିର ଘଟଣା ପରେ ସୁନ୍ଦରୀ କୁ କାବୁ କରାଯାଇ ବନ୍ଦୀ କରାଯିବା ପାଇଁ ଏକ ୪ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଯାଇଥିବା ବେଳେ ସ୍ଥାନୀୟ ଲୋକ ବିଭାଗ ର ଅବହେଳା ପାଇଁ ରାସ୍ତା ଅବରୋଧ କରି ବିରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *