ପଦାରେ ପଡିଲା ଖଣ୍ଡପଡ଼ା ବିଜେଡି ଗୋଷ୍ଠୀ କନ୍ଦଳ ବିଧାୟକ ଏବଂ ସାଂସଦଙ୍କ ସମର୍ଥକ ମଧ୍ୟରେ ତୁ ତୁ ମେଁ ମେଁ

ପଦାରେ ପଡିଲା ଖଣ୍ଡପଡ଼ା ବିଜେଡି ଗୋଷ୍ଠୀ କନ୍ଦଳ
ବିଧାୟକ ଏବଂ ସାଂସଦଙ୍କ ସମର୍ଥକ ମଧ୍ୟରେ ତୁ ତୁ ମେଁ ମେଁ
କଂଗ୍ରେସ ରୁ ବିଦା ହେବା ପରେ ବିଜେଡି ରେ ମିଶିବା ପରେ ଶେଷରେ ସାଂସଦ ହେଇଥିଲେ ସୌମ୍ୟ ପଟ୍ଟନାୟକ I କିନ୍ତୁ ନିଜ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ା ରେ ବିଜେଡି କର୍ମୀଙ୍କ ସୌମ୍ୟ ଙ୍କୁ ତୀବ୍ର ବିରୋଧ କରାଯାଇଥିଲା I ଏପରିକି ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ସୌମ୍ୟ ଙ୍କୁ ସମର୍ଥନ ଦେଉନାହାନ୍ତି ବରଂ ତାଙ୍କ ସମର୍ଥକ ମାନେ ଖୋଲାଖୋଲି ସୌମ୍ୟ ଙ୍କୁ ବିରୋଧ କରିବାରେ ଲାଗିଛନ୍ତି I ସେପଟେ ମଧ୍ୟ ସୌମ୍ୟ ଙ୍କ ସମର୍ଥକ ମାନେ ବିଧାୟକ ଙ୍କୁ ବିରୋଧ କରୁଛନ୍ତି I ଏପରିକି ଦଳୀୟ କନ୍ଦଳ ସୃଷ୍ଟି କରୁଥିବାର ଚର୍ଚା ହେଉଛି I ତେବେ କଥା ଏତେ ଆଗକୁ ଆଗେଇଗଲାଣି ଯେ ଏବେ ଦଳୀୟ କନ୍ଦଳ ସାମ୍ନା କୁ ଆସିବାରେ ଲାଗୁଚି Iଖଣ୍ଡପଡ଼ା ଅନ୍ତର୍ଗତ ବନମାଳିପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା ଯେଉଁଥିରେ କି ସୌମ୍ୟ ଙ୍କ ସମର୍ଥକ ମାନେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ବିପକ୍ଷରେ ହୋ ହାଲ୍ଲା କରି ନାରାବାଜି ଦ୍ୱାରା ବିରୋଧ କରିଛନ୍ତି I

ଏପରିକି ଜନ ସମ୍ପର୍କ ପଦଯାତ୍ରା ରେ ସୌମ୍ୟଙ୍କ ସମର୍ଥକ ମାନେ ବିଧାୟକ ଙ୍କ ବିରୋଧ ରେ କହିବାରୁ ବିଧାୟକ ଙ୍କ ସମର୍ଥକ ମାନେ ମଧ୍ୟ ବିରୋଧ କରିଥିଲେ I ଦୁଇ ଗୋଷ୍ଠୀ ମଧ୍ୟରେ ହୋ ହାଲ୍ଲା ଠେଲାପେଲା,ଧସ୍ତାଧସ୍ତି ହେଇଥିଲା।

Leave a Reply

Your email address will not be published. Required fields are marked *