ଯୌତୁକ ରେ ଆପାଚି ଏବଂ ଟଙ୍କା ମାଗିବାରୁ ଯୌତୁକ ଲୋଭି ବରକୁ ଲଣ୍ଡା କଲେ କନ୍ୟା ଘର

ଆଜିକାଲି ଯୌତୁକ ଏକ ସାଧାରଣ ଘଟଣା ହେଇଗଲାଣି I ବାହାଘର ସମୟରେ ବରଘର ପକ୍ଷରୁ କନ୍ୟା ଘରକୁ ଟଙ୍କା ,ସୁନା ,ବିଭିର୍ଣ୍ଣ ଆସବାବପତ୍ର ଯୌତୁକ ଭାବରେ ଦାବି କରାଯାଇଥାଏ I ଏହି ଯୌତୁକ ପାଇଁ ଅନେକ ବାହାଘର ମଧ୍ୟ ଭାଙ୍ଗିଯାଇଥାଏ I ଯୌତୁକ ସତେ ଯେପରି ଆଜିକା ଯୁଗରେ ଏକ ମହାରାକ୍ଷସ ରେ ପରିଣତ ହେଇଚି I ତେବେ ଯୌତୁକ ମାଗି ଜଣେ ବର କିପରି ହଟହଟା ହେବାକୁ ପଡିଛି ତାହା ଦେଖିବାକୁ ମିଳିଛି
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ I ପ୍ରାପ୍ତ ସୂଚନା ଅନୁଯାଇ କନ୍ୟା ପିତା ଙ୍କ ଘର ବାରବାଙ୍କି I ନିକଟସ୍ଥ ଧୋକାଲପୁରୱାର ର ଅବଦୁଲ କଲାମଙ୍କ ସହିତ ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା I ବିବାହ ତାରିଖ ଅନୁଯାଇ ବର ଘର ପକ୍ଷରୁ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲେ I କନ୍ୟା ଘର ପକ୍ଷ ମଧ୍ୟ ସକ୍ଷମ ଅନୁଯାଇ ସମସ୍ତ ଅସବାବ ପତ୍ର ସହିତ ଭାବି ଜ୍ୱାଇଁ ପାଇଁ ଏକ ପଲସର ବାଇକ ସହିତ ସୁନା ଚେନ ଦେବାକୁ ସ୍ଥିର କରିଥିଲେ I ତେବେ ପଲସର ବାଇକ ଜ୍ୱାଇଁ ର ପସନ୍ଦ ହେଇନଥିଲା , ଏହା ବଦଳରେ ଆପଚୀ ଏବଂ ଅଧିକ ଟଙ୍କା ମାଗିଥିଲେ କିନ୍ତୁ ବରଘର ପକ୍ଷରୁ ବୁଝିନଥିଲେ ,ବରଂ ବିବାହ ଅଧାରୁ ଉଠିଆସିବାକୁ ଉଦ୍ୟମ କରିଥିଲେ I

ଶେଷରେ କନ୍ୟାଘର ତରଫରୁ ଯୌତୁକ ଲୋଭି ବର କୁ ଉଚିତ ଦଣ୍ଡ ଦେବାକୁ ତାକୁ ଲଣ୍ଡା କରିବା ସହିତ ବରଯାତ୍ରୀ ଙ୍କୁ ବି ଲଣ୍ଡା କରିଥିଲେ ଏବଂ ଅଟକ ରଖିଥିଲେ I ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ବରପକ୍ଷକୁ ଉଦ୍ଧାର କରିଥିଲେ I

Leave a Reply

Your email address will not be published. Required fields are marked *