ଅରୁଣ ଙ୍କ ଗଡରେ ମହାସମାବେଶ କରି ଅରୁଣ ଙ୍କ ଦୁର୍ନୀତି ର ଖୁଲାଶା କରିବେ ଦାମ

ବିଜେଡି ରୁ ବହିଷ୍କାର ହେବା ପରେ ସବୁଆଡେ ବୁଲି ବୁଲି ବିଜେଡି ଏବଂ ନବୀନ ପଟନାୟକ ଙ୍କ ଦୁର୍ନୀତି ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ଅଣ୍ଟା ଭିଡିଥିବା ଦାମ ରାଉତ ,ମାହାଙ୍ଗା ,ନିମାପଡା ,ଖୋର୍ଦ୍ଧା ,ଢେଙ୍କାନାଳ ଏବଂ ନିଜ ଗଡ଼ ଏରସମା ରେ ବିଶାଳ ମହାସମାବେଶ କରିଥିଲେ I ଲୋକଙ୍କର ମଧ୍ୟ ଜନସମର୍ଥନ ମିଳିଥିଲା ଫଳରେ ବାରିପଦାରେ ମଧ୍ୟ ଦୁର୍ନୀତି ବିରୋଧୀ ସମାବେଶ ଆୟୋଜନ କରିଥିଲେ ଦାମ I

ତେବେ ବାରିପଦା ସମାବେଶ କୁ ଭଣ୍ଡୁର କରିବା ପାଇଁ ଅରୁଣ ସାହୁ ଷଡଯନ୍ତ୍ର କରିଥିବା ଖବର ପାଇଥିଲେ ଦାମ I ବାସ ଏତିକିରେ ରାଗିପାଚି ନିଆଁ ବାଣ ହେଇଯାଇଛନ୍ତି ଦାମ I ବିପକ୍ଷ ଙ୍କୁ ଚେକ ଦେବାରେ ମାହିର ତଥା ବିଜେଡି ରାଜନୀତିର ପିତାମହ ଭୀଷ୍ମ ବୋଲାଉଥିବା ଦାମ ଏଥରକ ସିଧାସଳଖ ଟାର୍ଗେଟ କରିଛନ୍ତି ଅରୁଣ ସାହୁଙ୍କୁ I ଅରୁଣ ଙ୍କ ଗଡ ନୟାଗଡ଼ ରେ ବିଶାଳ ସମାବେଶ କରିବେ ଦାମ ,ଏହା ସହିତ ଅରୁଣ ଯେଉଁ ସବୁ ଦୁର୍ନୀତି କରିଛନ୍ତି ତାହାର ସବୁ ପେଡି ଖୋଲିବେ ନୟାଗଡ ବାସୀଙ୍କ ସାମ୍ନାରେ

ପୂର୍ବରୁ ମଧ୍ୟ ଦାମ ଙ୍କୁ ସମୀର ଦାସ ,ପ୍ରତାପ ଜେନା ,ଟାର୍ଗେଟ କରିବା ପରେ ନିମାପଡା ଏବଂ ମାହାଙ୍ଗା ରେ ଦୁର୍ନୀତି ବିରୋଧରେ ମହାସମାବେଶ କରି ତାଙ୍କ ମୁଁହ ଚୁପ କରାଇଦେଇଥିଲେ I ଏଥରକ ଅରୁଣ ସାହୁଙ୍କ ପାଳି I

Leave a Reply

Your email address will not be published. Required fields are marked *