10ହଜାର ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଏଏସଆଇ ଭିଜିଲାନ୍ସ ହାତରେ ଗିରଫ

ପୋଲିସ ବର୍ଦ୍ଧିରେ ପୁଣି ଲାଗିଲା କଳଙ୍କ I ଜନତା ଙ୍କୁ ନ୍ୟାୟ ଦେବା ଏବଂ ଆଇନ ର ରକ୍ଷା କରିବା ପୋଲିସ ର ପ୍ରଥମ କର୍ତବ୍ୟ ହେଇଥିଲେ ମଧ୍ୟ ,ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ପୋଲିସ ନିଜର ପାୱାର ଦେଖାଇ ନିରୀହ ଲୋକଙ୍କୁ ହଇରାଣ କରିଥାଏ I ଏପରିକି ଲାଞ୍ଚ ନେଇ ଧରାପଡ଼ିବାର ଅନେକ ଖବର ଅଛି Iଏବେ ପୁଣି ଏହି ତାଲିକାରେ ଯୋଡି ହେଇଯାଇଛନ୍ତି ଜଣେ ଏଏସଆଇ I ପ୍ରାପ୍ତ ସୂଚନା ଅନୁଯାଇ ସାରଲା ର ଗୁରୁଦେବ ଭୋଇ ଙ୍କର ଏକ ଗାଡି ଦୁର୍ଘଟଣା ହେଇଥିଲା I ଦୁର୍ଘଟଣା ପରେ ଗାଡିଟି ସମ୍ବଲପୁର ଥାନାରେ ରହିଥିଲା I ଗାଡ଼ିଟିକୁ ମୁକୁଳାଇବାକୁ ଏଏସଆଇ କିଶୋର ବାଗ ଗୁରୁଦେବ ଭୋଇ ଙ୍କୁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏନେଇ ଗୁରୁଦେବ ଭିଜିଲାନ୍ସ ରେ ଖବର ଦେଇଥିଲେ I ପୂର୍ବ ଆଧାରିତ ଯୋଜନା ଅନୁଯାଇ ଏଏସଆଇ ଲାଞ୍ଚ ବାବଦ 10ହଜାର ନେଉଥିବା ବେଳେ ଭିଜିଲାନ୍ସ ତରଫରୁ ତାଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *