ଜର୍ମାନୀ ମ୍ୟୁନିକ ବସ ରେ ଓଡ଼ିଶାର ପର୍ଯ୍ୟଟନ ଏବଂ ହକି ବିଶ୍ୱକପ ର ପ୍ରଚାର

ହକି କୁ ନେଇ ଏଥର ଓଡିଶା ଚର୍ଚ୍ଚା ରେ ଥିବା ବେଳେ ଏହା କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବାକୁ ଓଡିଶା ପର୍ଯ୍ୟଟନ ବିଭାଗ ପ୍ରୟାସ ଜାରି ରଖିଛି I ଏଥରକ ହକି ଖେଳକୁ ଚର୍ଚିତ କରିବାକୁ ଜର୍ମାନ ର ମ୍ୟୁନିକ ବସ ରେ ଓଡିଶା ଏବଂ ହକି ଖେଳ ର ବ୍ୟାନର ଦେଖିବାକୁ ମିଳିଛି I ସୂଚନା ଥାଉ କି ଏଥର ଓଡ଼ିଶାର କଳିଙ୍ଗ ଷ୍ଟାଡିଅମ ରେ ନଭେମ୍ବର ୨୭ରେ ହକି ଖେଳ ଅନୁଷ୍ଠିତ ହେବାକୁ ଯାଉଛି I 16ଟି ଦଳ ଏଥିରେ ଭାଗ ନେବା ସହିତ ଏଆର ରେହମାନ୍‌ ଙ୍କ ସଂଗୀତ ଯାଦୁରେ ଦର୍ଶକ ଝୁମିବେ I ବଲିୟୁଡ଼ ବାଦଶାହା ଶାହରୁଖ ଖାନ ମଧ୍ୟ କଳିଙ୍ଗ ଷ୍ଟାଡିଅମ ରେ ଯୋଗ ଦେବେ ବୋଲି କହିସାରିଛନ୍ତି I କିଛିଦିନ ତଳେ ଭାରତ ର ସବୁଠାରୁ ଅଧିକ ଲୋକପ୍ରିୟ ରିଅଲିଟି ସୋ କେବିସି ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ସ୍ୱତନ୍ତ୍ର ମୁହୁର୍ତରେ ନଜର ଆସି ହକି ପାଇଁ ପ୍ରଚାର କରିଥିଲେ I

Leave a Reply

Your email address will not be published. Required fields are marked *