ଦାମ ଙ୍କ ଦୁର୍ନୀତି ବିରୋଧୀ ସମାବେଶ କୁ ରୋକିବାକୁ ଅଣ୍ଡା ମାଡ ,ବର୍ଷକ ପରେ ବାହାରିଲେ ଅଙ୍ଗନବାଡି ଦିଦି

ବିଜେଡି ରୁ ବିଦା ହେବା ପରେ ଦୁର୍ନୀତି ବିରୁଦ୍ଧରେ ଦାମ ରାଉତ ଙ୍କ ବିଭିର୍ଣ୍ଣ ସ୍ଥାନରେ ବିଶାଳ ସମାବେଶ ରେ ଜନସାଧାରଣ ଙ୍କ ଜନସମର୍ଥନ ଦାମ ଙ୍କ ପ୍ରତି ବଢ଼ିବାରେ ଲାଗିଛି I ଅନ୍ୟପଟେ ଦାମ ଙ୍କ ବିରୁଧ ରେ ଯିଏ ବି କହିବାକୁ ଦୁଃଶାହସ କରୁଛି ,ତାଙ୍କ ଗଡରେ ଧସେଇ ପଶି ଦାମ ନିଜ ଦମ ଦେଖାଇବାରେ ଲାଗିଛନ୍ତି I ଏପରିକି ମାହାଙ୍ଗା ,ନିମାପଡା ,ଖୋର୍ଦ୍ଧା ରେ ଦାମ ଙ୍କୁ ପ୍ରବଳ ଜନସମର୍ଥନ ମିଳିଥିଲା I ତେବେ ଗତକାଲି ନିଆଳି ରେ ଦାମ ରାଉତ ଏକ ସମାବେଶ ରେ ଯୋଗ ଦେବାକୁ ଯାଇଥିଲେ I ଦାମ ଙ୍କ ସହିତ ବରିଷ୍ଠ ସାମ୍ବାଦିକ ରବି ଦାସ ,କଂଗ୍ରେସ ମିଡ଼ିଆ ସେଲ ସତ୍ୟ ନାୟକ ଯୋଗ ଦେଇଥିଲେ I

ତେବେ ହଠାତ ଦାମ ଙ୍କ ମଞ୍ଚ ଉପରକୁ କେହି ଅଣ୍ଡା ଫୋପାଡ଼ିଥିଲେ ଯାହାକି ମଞ୍ଚରେ ତଳେ ପଡିଯାଇଥିଲେ ମଧ୍ୟ ଦାମ କିମ୍ବା କୌଣସି ସଭ୍ୟ ଙ୍କ ଠାରେ ବାଜିନଥିଲା I ନିଆଳି ରେ ଅଙ୍ଗନବାଡି କର୍ମୀ ମାନେ ହାତରେ ପ୍ଲା କାର୍ଡ ଧରି ଦାମ ଙ୍କ ବର୍ଷକ ତଳେ ଦେଇଥିବା “ସ୍ୱାମିଛାଡି ଅଙ୍ଗନବାଡି “ମନ୍ତବ୍ୟ କୁ ନେଇ ସଭା ସ୍ଥଳରେ ବିରୋଧ କରିଥିଲେ I

ତେବେ ହଠାତ ବର୍ଷକ ପରେ ଅଙ୍ଗନବାଡି ଦିଦି ଙ୍କ ଏପରି ବିରୋଧ କୁ ରାଜନୈତିକ ସମୀକ୍ଷକ ମାନେ ସହଜ ରେ ଗ୍ରହଣ କରିପାରିନାହାନ୍ତି I ଚର୍ଚା ଚାଲିଛି କି ଦାମ ଙ୍କୁ ରୋକିବାକୁ ଏହା ହୁଏତ ଏକ ତରିକା ଯାହାଦ୍ୱାରା ଅଣ୍ଡା ମାଡ କରାଇ ଦାମ ଙ୍କୁ ରୋକାଯାଇପାରିବ I

Leave a Reply

Your email address will not be published. Required fields are marked *