ବିଲରେ ବିଦ୍ୟୁତ ତାର ଛିଣ୍ଡିପଡ଼ି ଚାଷୀ ମୃତ ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତାର ଛିଣ୍ଡି ଭୂଇଁ ରେ ପଡିବା ପରେ ମଧ୍ୟ ଡ୍ରପ ଆଉଟ କଟୁନି କି ବିଦ୍ୟୁତ ସଂଯୋଗ ବିଛିର୍ଣ୍ଣ ହେଉନି ,ଧନ୍ୟ ରେ ବିଭାଗ : —ବିଦ୍ୟୁତ ଆଘାତ ରେ ଜଣେ ଚାଷୀ ଙ୍କ ମୃତ୍ୟୁ ହେଇଚି I ଚାଷୀ ଜଣଙ୍କ ଘର ନୟାଗଡ଼ ଜିଲ୍ଲା ଖାଲମଡ଼ା ଗାଁରେ I ତାଙ୍କ ନାମ ନିରଞ୍ଜନ ପ୍ରଧାନ |ପ୍ରାପ୍ତ ସୂଚନା ଅନୁଯାଇ ନିରଞ୍ଜନ ଗତକାଲି ଆଜି ସକାଳୁ ନିଜ ବିଲ କୁ ଜମି ଦେଖିବାକୁ ଯାଇଥିବା ସମୟ ରେ ବିଲରେ ଛିଣ୍ଡି ପଡିଥିବା 11କେଭି ବିଦ୍ୟୁତ ତାରରେ ତାଙ୍କ ଗୋଡ ଲାଗିଯାଇଥିଲା ଏବଂ ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ , ସେହି ସ୍ଥାନରେ ତାଙ୍କ ମୃତ୍ୟୁ ହେଇଥିଲା I ପାଖରେ କାମ କରୁଥିବା ଲୋକ ନିରଞ୍ଜନ ଙ୍କୁ ଦେଖି ବଂଚେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ହେଇପାରିନଥିଲେ I

ଘଟଣା କୁ ନେଇ ଗାଁ ବାସି ଉତ୍ୟକ୍ତ ହେଇ ରାସ୍ତା ଅବରୋଧ କରିଥିଲେ I ଏହାସହିତ କ୍ଷତିପୂରଣ ଦାବି କରି ବିଦ୍ୟୁତ ବିଭାଗ କୁ ଦାୟୀ କରିଥିଲେ ଗ୍ରାମବାସୀ I ତେବେ ସାଧାରଣ ରେ ଚର୍ଚ୍ଚା ହେଉଛି କି ତାର ଛିଣ୍ଡିପଡିବା ପରେ ଭୂମି ସଂସ୍ପର୍ଶ ରେ ଆସିବା ପରେ ମଧ୍ୟ କାହିଁକି ଡ୍ରପ ଆଉଟ କଟିନଥିଲା ,ଯାହାଫଳରେ ଚାଷୀ ଙ୍କ ମୃତ୍ୟୁ ହେଲା I

Leave a Reply

Your email address will not be published. Required fields are marked *