ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା, ବୈଜୟନ୍ତ କୌଣସି ନିୟମ ଉଲ୍ଲଙ୍ଘନ କରିନାହାନ୍ତି DGCA ଦେଲେ କ୍ଲିନ୍‌ ଚିଟ୍‌,

ଚିଲିକା ରେ ଓଲ୍ହାଇ ନାହାନ୍ତି ବୈଜୟନ୍ତ ,ବିନା ତଦନ୍ତ ରେ କାହିଁକି ଜବତ କଲେ ପୁରୀ ଏସପି ?? ଦ୍ୱିତୀୟ କ୍ଷମତା କେନ୍ଦ୍ର ପକାଇଥିଲେ କି ଚାପ ??

ଚିଲିକା ରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ନେଇ ବୈଜୟନ୍ତଙ୍କୁ DGCA କ୍ଲିନ୍‌ ଚିଟ୍‌ ଦେଇଛି । ବୈଜୟନ୍ତ ଙ୍କ ବିରୋଧରେ କରାଯାଇଥିବା ଆଇନ ଉଲଂଘନ କରି ଉଡାଣ ର ତଦନ୍ତ ପରେ ଡିଜିସିଏ ରିପୋର୍ଟ ପ୍ରଦାନ କରିଛି ଯେ ବୈଜୟନ୍ତ ଙ୍କ ହେଲିକପ୍ଟର ଚିଲିକା ର କୌଣସି ଭାଗରେ ଅବତରଣ କରିନାହିଁ

।ନିୟମ ଅନୁଯାଇ ବୈଜୟନ୍ତ ଙ୍କୁ ମିଳିଥିବା ସର୍ତ ମୁତାବକ ହେଲିକପ୍ଟର ଉଡାଣ କରିଛି I ସୂଚନା ଥାଉ କି ଚିଲିକା ରେ ଏକ ସି ପ୍ଲେନ ଅବତରଣ କରିଥିଲା ଏହାପରେ ଚିଲିକା ବାସି ଅଭିଯୋଗ କରିବା ପରେ ପୁରୀ ପୋଲିସ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ସେହି ନିର୍ଧାରିତ ସମୟ ରେ ଏକ ହେଲିକପ୍ଟର ଉଡାଣ କରିଥିଲା ଯାହାକି ବୈଜୟନ୍ତ ଙ୍କର ଥିଲା I ଭୁବନେଶ୍ୱର ବିମାନ ବନ୍ଦର ରୁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ବୈଜୟନ୍ତ ଙ୍କ ହେଲିକପ୍ଟର ଜବତ କରିବା ସହିତ ଇମ୍ଫା ର ଅନ୍ୟ ଦୁଇଟି ହେଲିକପ୍ଟର କୁ ମଧ୍ୟ ସିଲ କରିଥିଲେ I

ଏନେଇ ବୈଜୟନ୍ତ ସ୍ପଷ୍ଟୋକ୍ତି ରଖିଥିଲେ ସେ କୌଣସି ନିୟମ ଉଲ୍ଲଙ୍ଘନ କରିନଥିଲେ କିମ୍ବା ଚିଲିକା ରେ ଅବତରଣ କରିନଥିଲେ ତେବେ ତାଙ୍କ ସ୍ପଷ୍ଟୋକ୍ତି କୁ ଗ୍ରହଣ କରାଯାଇନଥିଲା କିମ୍ବା କୌଣସି ତଦନ୍ତ କରାନଯାଇ ବୈଜୟନ୍ତ ଙ୍କ ହେଲିକପ୍ଟର କୁ ଅଚାନକ ଜବତ କରାଯାଇଥିଲା I ଯାହାକି ରାଜନୈତିକ ପ୍ରତିଶୋଧ ପାଇଁ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ବୈଜୟନ୍ତ ଅଭିଯୋଗ କରିଥିଲେ I

ତେବେ ଡିଜିସିଏର ରିପୋର୍ଟ ଅନୁଯାୟୀ, ବୈଜୟନ୍ତ ଙ୍କ ହେଲିକପ୍ଟରଟିଚିଲିକା ରେ ନଓହ୍ଲାଇ ପୁରୀ-କୋଣାର୍କ ଦେଇ ଗରଦପୁରରେ ଅବତରଣ କରିଥିଲା ଯାହାପାଇଁ ପୂର୍ବରୁ ପରମିସନ ନେଇଥିଲେ ବୈଜୟନ୍ତ I

ତେଣୁ ସେ କୌଣସି ନିୟମ ଉଲ୍ଲଙ୍ଘନ କରିନାହାନ୍ତି I ତେବେ ଏପରିସ୍ଥଳରେ ରାଜନୈତିକ ସମୀକ୍ଷକ ମାନେ ପ୍ରତିକ୍ରିୟା ରଖିଛନ୍ତି ଯେ ଏହା ସରକାର ଙ୍କୁ ଏକ ଶକ୍ତ ଝଟକା I

Leave a Reply

Your email address will not be published. Required fields are marked *