ଗଜରାଜ ମୃତ୍ୟୁ ପାଇଁ ସେସୁ ଏବଂ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଚାକିରୀ ଗଲା , ସେସୁ ର ବରିଷ୍ଠ କର୍ମଚାରୀ ନିଲମ୍ବିତ

ଗୋଟପଟେ ଢେଙ୍କାନାଳ ର ବିଶ୍ୱପ୍ରସିଧ ଲକ୍ଷ୍ମୀ ପୂଜା ଧୂମଧାମ ରେ ଚାଲିଥିବା ବେଳେ ଅନ୍ୟପଟେ ଲକ୍ଷ୍ମୀ ଙ୍କ ପ୍ରିୟ ଗଜରାଜ ଙ୍କ ବିଦ୍ୟୁତ ଆଘାତ ରେ ଚାଲିଯାଇଥିଲା ଜୀବନ I ଗୋଟିଏ କି ଦୁଇଟି ନୁହେଁ ଏକାଥରେ ସାତଟି ହାତୀଙ୍କ ପ୍ରାଣ ଚାଲିଯାଇଥିଲା ବିଦ୍ୟୁତ ଆଘାତ ରେ I ଘଟଣାଟି ଢେଙ୍କାନାଳ ସଦର ରେଞ୍ଜ ର କମଳାଙ୍ଗରେ I ଗତକାଲି ଏକ ତେର ଟିକିଆ ହାତୀ ଦଳ ବୁଲୁଥିବା ବେଳେ 7ଟି ହାତୀ ଦଳରୁ ଅଲଗା ହେଇ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତ ତଳେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅସିଜାଇଥିଲେ ଏବଂ ଘଟଣା ସ୍ଥଳରେ 7ଜଣ ହାତୀଙ୍କ ମୃତ୍ୟୁ ହେଇଥିଲା I

ପ୍ରାପ୍ତ ସୂଚନା ଅନୁଯାଇ ବିଦ୍ୟୁତ ତାର 5/6ଫୁଟ ତଳେ ଯାଇଥିଲା ଯେଉଁଥିପାଇଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ଜଙ୍ଗଲବିଭାଗ ଏବଂ ଶକ୍ତି ବିଭାଗ ମଧ୍ୟରେ ଦୋଷାରୋପ ଚାଲିଥିଲା I ଶେଷରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଏହି ଘଟଣା ପାଇଁ ସେସୁ କୁ ଦାୟୀ କରିଥିଲେ I ଏବଂ ଗଜରାଜ ମୃତ୍ୟୁ ପାଇଁ ସେସୁ ଏବଂ ଜଙ୍ଗଲ ବିଭାଗ ର 7ଜଣ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I

ବନବିଭାଗ ର 3ଜଣ ଅଧିକାରୀ ଓ କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବିଦ୍ୟୁତ ବିଭାଗ ତଥା ସେସୁ ର ତିନିଜଣ ଙ୍କୁ ନିଲମ୍ବିତ ଏବଂ ଜଣଙ୍କୁ ବହିସ୍କୃତ କରାଯାଇଛି I ବନବିଭାଗ ପକ୍ଷରୁ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନ ଫରେଷ୍ଟର୍ ପ୍ରଭାକର ରଣା,ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀ ଏଥିପାଇଁ ଦାୟୀ ଥିବା କହି ବନବିଭାଗ ନିଲମ୍ବନ କରିଛି I

ସେହିପରି ସେସୁ ର ମେରାମୁଣ୍ଡଳୀ ଇଲେକ୍ଟ୍ରିକାଲ୍ ସେକ୍ସନ୍‌ ଜେଇ ସଞ୍ଜୟ ମହାନ୍ତିଙ୍କୁଚାକିରୀ ରୁ ବହିଷ୍କାର କରାଯାଇଥିବା ବେଳେ ଢେଙ୍କାନାଳ ଇଲେକ୍ଟ୍ରିକାଲ୍ ମ୍ୟାନେଜର୍‌ ନରେଶ ଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଏସଡିଓ ଆର୍ତ୍ତତ୍ରାଣ ନାୟକ ଏବଂ ମେରାମୁଣ୍ଡଳୀ ସେକ୍ସନ୍‌ ଲାଇନ୍‌ ମ୍ୟାନ୍‌ ଫିରୋଜ ପଣ୍ଡାଙ୍କ ଏହି ଘଟଣାରେ ନିଲମ୍ବିତ ହେଇଛନ୍ତି I

Leave a Reply

Your email address will not be published. Required fields are marked *