ଦାରିଙ୍ଗବାଡ଼ି ଛୁଇଁଲା ଶୀତ ,ତାପମାତ୍ରା ୧୩.୫ଂ ସେଲ୍‌ସିୟସ୍‌ ,ଚିଲିକାରେ ପକ୍ଷୀ ଙ୍କ ଭିଡ଼

ଆଶ୍ଵିନ ମାସରେ ମା ଦୁର୍ଗା ଙ୍କ ଆଗମନ ପରେ ଏବେ ଶୀତ ର ଲହରୀ ଖେଳିବାକୁ ଲାଗିଲାଣି I ଓଡିଶା କIଶ୍ମୀର ତଥା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୧୩.୫ଂ ସେଲ୍‌ସିୟସ୍‌ ରହିଥିବା ବେଳେ ବିଗତ ତିନିଦିନ ଧରି ଏହାର ପ୍ରକୋପ ଜାରି ରହିଛି I ସମସ୍ତ ଅଂଚଳ ରେ ପ୍ରବଳ ଶୀତ ସହିତ କୁହୁଡି ଲାଗି ରହିଛି I ସେହିପରି ଅପରପକ୍ଷେ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ରେ ଶୀତ ର ଆଗମନ ରେ ବିଭିର୍ଣ୍ଣ ପ୍ରଜାତିର ପକ୍ଷୀଙ୍କ ଭିଡ଼ ଜମିବାରେ ଲାଗିଛି I

ନଳବଣ ଏବଂ ମଙ୍ଗଳାଯୋଡିରେ ବିଦେଶୀ ପକ୍ଷୀମାନେ ବହୁସଂଖ୍ୟାରେ ପହଂଚି କିଚିରି ମିଚିରି ଶବ୍ଧ ରେ ଏକ ଭୂସ୍ଵର୍ଗ ସୃଷ୍ଟି କରିସାରିଲେଣି I ପାଖାପାଖି ଏବେ ସୁଦ୍ଧା ଚିଲିକା କୁ ୫୦ ରୁ ୬୦ ହଜାର ବିଦେଶୀ ପକ୍ଷୀ ଆସିଥିବା ବେଳେ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I

Leave a Reply

Your email address will not be published. Required fields are marked *