ଇଣ୍ଡୋନେସିଆ ଆକାଶ ରେ ବଡ଼ ଧରଣ ର ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ମୃତ ଆଶଙ୍କା

ଇଣ୍ଡୋନେସିଆ ର ଲୟଣ ସଂସ୍ଥା ର ଏକ ବିମାନ ରେ ଆଜି ଦେଖିବାକୁ ମିଳିଛି ଏକ ବଡ଼ ଧରଣ ର ଅଘଟଣ। ଏହି ବିମାନ ରେ ୧୮୮ ଜଣ ଯାତ୍ରୀ ରହିଥିବାର ସୂଚନା ମିଳିଛି।

ଏହି ବିମାନ ଉଡାଣ ଧରିବାର ର ମାତ୍ର କିଛି ସମୟ ପରେ ଏହାର ଯୋଗା ଯୋଗ ବିମାନ କର୍ତ୍ତୃପକ୍ଷ ଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା।

ତେବେ ପରେ ଜଣା ପଡିଥିଲା କି ବିମାନ ଟି ଦୁର୍ଘଟଣା ଗସ୍ତ ହୋଇ ଜାଭା ସମୁଦ୍ର ଭିତରକୁ ଖସି ପଡ଼ିଛି। ଏହି ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି।

ଏହି ବିମାନ ଆଜି ସକାଳ ୬.୨୦ ରୁ ଉଡାଣ ଭରିଥିଲ ଏବିଁ ୭.୨୦ ରେ ଲ୍ୟାଣ୍ଡିଂ କରିବାର ଥିଲା। କିନ୍ତୁ ଉଡାଣ ର ୧୩ ମିନିଟ୍ ପରେ ହିଁ ଯୋଗା ଯୋଗା ବିଚ୍ଛିନ୍ନ ହୋଇଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୧୮୮ ଜଣ ଯାତ୍ରୀ ଙ୍କ ମଧ୍ୟରୁ ଜଣେ ବି ବଞ୍ଚିଥିବର ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *